39.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଯୁଦ୍ଧ ବନ୍ଦ ପାଇଁ ପୁଟିନ୍‌ ଓ ଜେଲେନସ୍କିଙ୍କୁ ପୋପ୍‌ଙ୍କ ଅପିଲ୍‌, ଆଲୋଚନା ଉଦ୍ୟମ ପାଇଁ ବିଶ୍ୱ...

ଯୁଦ୍ଧ ବନ୍ଦ ପାଇଁ ପୁଟିନ୍‌ ଓ ଜେଲେନସ୍କିଙ୍କୁ ପୋପ୍‌ଙ୍କ ଅପିଲ୍‌, ଆଲୋଚନା ଉଦ୍ୟମ ପାଇଁ ବିଶ୍ୱ ନେତାଙ୍କୁ ଅନୁରୋଧ

ନୂଆଦିଲ୍ଲୀ :  ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ । ଯୁଦ୍ଧ ବନ୍ଦ ପାଇଁ ରୁଷ ରାଷ୍ଟ୍ରପତି ପୁଟିନ୍‌ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦମିର ଜେଲେନ୍‌ସ୍କିଙ୍କୁ ଅପିଲ କରିଛନ୍ତି ପୋପ ଫ୍ରାନ୍ସିସ୍‌ । ସେହିପରି ଯୁଦ୍ଧ ବନ୍ଦ ସହ ଆଲୋଚନା ପାଇଁ ଉଦ୍ୟମ କରିବାକୁ ପୋପ ବିଶ୍ୱର ନେତାଙ୍କୁ ଅନୁରୋଧ କରିଛନ୍ତି । ତୁରନ୍ତ ଯୁଦ୍ଧ ବିରତି ପାଇଁ ଆହ୍ଵାନ କରିଛନ୍ତି ପୋପ୍‌ ।

ଯୁଦ୍ଧକୁ ଭୟାବହ ଓ ତ୍ରୁଟି ବୋଲି କହିଛନ୍ତି । ପୋପ କହିଛନ୍ତି, ସାତ ମାସର ଯୁଦ୍ଧ ପରେ ଏବେ ସମସ୍ତଙ୍କୁ କୂଟନୈତିକ ସହାୟତା ନେବାକୁ ହେବ । କଥାବାର୍ତ୍ତା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି । ଏଥିସହ ପୋପ୍‌ କହିଛନ୍ତି, କେବେ ବି ଯୁଦ୍ଧ ସମାପ୍ତ ନହେବା ଏହି ସଙ୍କଟର ପରିମାଣ ପରମାଣୁ ଯୁଦ୍ଧ ସୃଷ୍ଟି କରିପାରେ । ସେହିପରି ୟୁକ୍ରେନ୍‌ର ୪ ଅଞ୍ଚଳକୁ ଛଡ଼ାଇ ପୁଟିନ ଅନ୍ତର୍ଜାତୀୟ ନିୟମର ଉଲଂଘନ କରିଥିବା ଅଭିଯୋଗ ଆଣି ପୋପ ରୁଷର ପଦକ୍ଷେପକୁ ନିନ୍ଦା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking