16.1 C
Bhubaneswar
Friday, January 28, 2022
HomeUncategorizedଭତ୍ତା ଅପେକ୍ଷାରେ ୬୬ ବର୍ଷର କପିଳ

ଭତ୍ତା ଅପେକ୍ଷାରେ ୬୬ ବର୍ଷର କପିଳ

ସଇଁନ୍ତଳା : ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ଗରିବ ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ,ରାଜ୍ୟ ଖାଦ୍ୟ ଯୋଜନା ଓ ମାଗଣାରେ ରନ୍ଧା ଖାଦ୍ୟ ପରି ଅନେକ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଚାଲିଛି । ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ମାନଙ୍କ ପାଇଁ ମାସିକ ଭତ୍ତା ଦିଆ ଚାଲିଛି । ହେଲେ ଏସବୁ ଯୋଜନା ଥାଇ କି ମଧ୍ୟ ବୟସ ୬୬ରୁ ଅଧିକ ଛୁଇଁ ଲାଣି ହେଲେ କପିଳ ପାଇଁ ପ୍ରହସନ ପାଲଟିଛି ।
ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଗଣ୍ଡପତ୍ରାପାଲି ପଞ୍ଚାୟତ ଫପସୀ (ନାରିକଟା )ଗ୍ରାମର କପିଳ ଭୋଇ ୬୬ ବର୍ଷରୁ ଊର୍ଦ୍ଧ୍ୱ ଛୁଇଁ ଲାଣି ହେଲେ ଭତ୍ତା ଯେପରିକି ସାତସପନ ପାଲଟିଛି । ଏନେଇ ଅନେକ ଥର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟକୁ ଯାଇ ପ୍ରଶାସନ ଠାରେ ଗୁହାରି କରି ନୟାନ୍ତ ହୋଇ ଏବେ ମୃତ୍ୟୁ ସହ ସଂଗ୍ରାମ କରି ଦୀର୍ଘ ୨ ବର୍ଷ ହେବ ବିଛଣାରେ ପଡି ଛଟପଟ ହୋଇ ଜୀବନ ବିତାଉଛନ୍ତି । ଚାଲିବୁଲି ପାରୁ ନାହିଁ । ଠିଆ ମଧ୍ୟ ହୋଇ ପାରୁ ନାହାନ୍ତି । ସ୍ନାନ ଶୌଚ ପାଇଁ ସ୍ତ୍ରୀ ହିଁ ଭରଷା । ସରକାରଙ୍କ ପକ୍ଷରୁ ମାତ୍ର ୧୦କେଜି ଚାଉଳ ହିଁ ମିଳୁଛି । କପିଳର ଗୋଟିଏ ଝିଅ ଅଛି କିନ୍ତୁ ବାହା ହୋଇ ସାରିଛି । ବାପା ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ପରିବାର ଲୋକେ ଚିନ୍ତାରେ ଭାଙ୍ଗି ପଡିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ତାକୁ ବାର୍ଦ୍ଧକ୍ୟ ଭତ୍ତା ମିଳିପାରି ନାହିଁ । ତେବେ ପ୍ରଶାସନର ଅବହେଳା ଯୋଗୁଁ ବାର୍ଦ୍ଧକ୍ୟ ଭତ୍ତା ପହଞ୍ଚି ନ ପାରିବା ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଗଣ୍ଡପତ୍ରାପାଳି କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିଷ୍ଣୁ କୁମ୍ଭାରଙ୍କୁ ପଚାରିବାରୁ ବିଡିଓଙ୍କ ସହିତ କଥା ହୋଇ ଭତ୍ତା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ତେବେ ପ୍ରଶ୍ନ ଉଠେ ଯେ ୬୬ ବର୍ଷ ଛୁଇଁଲାଣି, ଅନେକ ଥର ଆବେଦନ କରିଥିଲେ ମଧ୍ୟ ଭତ୍ତା ମିଳିନାହିଁ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ କପିଳଙ୍କ ସ୍ୱାସ୍ଥ୍ୟସେବା ସହିତ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking