39.1 C
Bhubaneswar
Tuesday, April 23, 2024
Homeଓଡିଶାଅର୍ଜୁନଙ୍କ ଚିକିତ୍ସା ପାଇଁ ଲୋଡ଼ା ସରକାରୀ ସହାୟତା

ଅର୍ଜୁନଙ୍କ ଚିକିତ୍ସା ପାଇଁ ଲୋଡ଼ା ସରକାରୀ ସହାୟତା

ଭବାନୀପାଟଣା : ଗରିବ ଲୋକଙ୍କ ପାଇଁ ସରକାରଙ୍କ ରହିଛି ମାଳମାଳ ଯୋଜନା ହେଲେ ଜନ ପ୍ରତିନିଧି ଓ ବିଭାଗୀୟ କର୍ମଚାରୀଙ୍କ ଆଢୁଆଳରେ ରହିଯାଉଛି ଯୋଜନା । ଥିଲାବାଲା ଲୋକ ଯୋଜନାରେ ଲାଭ ନେଉଥିବାବେଳେ ଗରିବ ଲୋକଙ୍କୁ ମିଳୁନି ଯୋଜନାର ଲାଭ । ସେଥିପାଇଁ ଅନେକ ନିଃସହାୟ ଲୋକ ଘର ଖଣ୍ଡିଏ ନ ଥିବାରୁ ଭଙ୍ଗା କୁଡ଼ିଆରେ ରହିବାକୁ ପଡୁଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋକସରା ବ୍ଲକ ଡାଳଗୁମା ପଞ୍ଚାୟତ ଅନ୍ତର୍ଗତ ଚିତାମୁଣ୍ଡା ଲଟାପଡା ଗାଁ ରେ । ବୟସର ସାୟାହ୍ନରେ ପହଞ୍ଚି ଥିବା ଏ ଦମ୍ପତିଙ୍କର ନା ଅଛି ଘର, ନା ଅଛି ସନ୍ତାନ । ଗୋଟିଏ ପଟେ ଭୋକ ଉପାସରେ ଦିନ କାଟୁଥିବାବେଳେ ଅନ୍ୟପଟେ ଅଜଣା ରୋଗର ଚିନ୍ତା ଘାରିଛି । ଦୟାରେ ଗାଁ ଲୋକ ଯିଏ ଯାହା ଦେଲେ ଖାଉଛନ୍ତି ନହେଲେ ଭୋକ ଉପାସରେ ରହୁଛନ୍ତି । ନିଜର କୌଣସି ସମ୍ପର୍କୀୟ ପଚାରୁ ନ ଥିବାରୁ ଜୀବନ ସହ ସଂଗ୍ରାମ କରୁଛନ୍ତି ଅର୍ଜୁନ ରୋତି । ଦମ୍ପତିଙ୍କୁ ଆଶ୍ରୟ ନେବାପାଇଁ ଘରଟିଏ ମଧ୍ୟ ନାହିଁ । ଭଙ୍ଗା ଦଦରା କୁଡିଆରେ ଖରା, ବର୍ଷା, ଶୀତରେ ଅତ୍ୟନ୍ତ ଦୁର୍ବିସହ ଜୀବନ ବିତାଉଛନ୍ତି । ଦୁଇ ଜଣଙ୍କୁ ମିଳୁଛି ପ୍ରତି ମାସରେ ୧୦ କିଲୋ ଚାଉଳ, ଚାଉଳ ସରିଗଲେ ଅର୍ଦ୍ଧେକ ଦିନ ଉପବାସରେ ରହୁଛନ୍ତି ଏହି ବୃଦ୍ଧ ଦମ୍ପତି । ଏ ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ସରକାରୀ ସହାୟତା ମିଳିନଥିବା କହିଛନ୍ତି ଅର୍ଜୁନଙ୍କ ସ୍ତ୍ରୀ କୁମାରୀ । ଏ ନେଇ ଅନେକ ଥର ଗ୍ରାମବାସୀ ଆବାସ ଯୋଜନା ହେଉ କି ବିଭିନ୍ନ ଯୋଜନାରେ ତାଙ୍କ ନାମ ଜଣାଇ ଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଲୁହ ଛଳ ଛଳ ଆଖିରେ କୁମାରୀ କହିଛନ୍ତି । ସେପଟେ ବୃଦ୍ଧ ଅର୍ଜୁନ ଅଜଣା ରୋଗରେ ଧିରେ ଧିରେ ଅସୁସ୍ଥ ହୋଇ ପଡ଼ିଲେଣି । ତାଙ୍କୁ ଚିକିତ୍ସା ପାଇଁ ସରକାରୀ ସହାୟତା କିମ୍ବା ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ପାଇଁ ସ୍ତ୍ରୀ କୁମାରୀ ନିବେଦନ କରିଛନ୍ତି । ଏନେଇ ଡାଲଗୁମା ସରପଞ୍ଚ ଯଦୁମଣି ହଂସଙ୍କୁ ପଚାରିବାରୁ ଆଧାର କାର୍ଡରେ ବୟସ ହୋଇନାହିଁ, ଏଣୁ ଭତ୍ତା ମିଳିନାହିଁ । ଆବାସ ଘର ପାଇଁ ରେଜିଷ୍ଟ୍ରେସନ ହୋଇଛି ଏଣୁ କିଛି ଦିନ ପରେ ଘର ମିଳିବ ଓ ଚିକିତ୍ସା ପାଇଁ ବ୍ଲକ ପ୍ରଶାସନ ସହ ଆଲୋଚନା କରି ବ୍ୟବସ୍ଥା କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking