32.8 C
Bhubaneswar
Tuesday, April 16, 2024
Homeଓଡିଶାଦୁଃଖୀଙ୍କୁ ଦଇବ ସାହା, ପଲିଥିନ ତଳେ ସାତ ପ୍ରାଣୀ କୁଟୁମ୍ବ 

ଦୁଃଖୀଙ୍କୁ ଦଇବ ସାହା, ପଲିଥିନ ତଳେ ସାତ ପ୍ରାଣୀ କୁଟୁମ୍ବ 

ଭବାନୀପାଟଣା (ସୁରେଶ ଚନ୍ଦ୍ର ସାହୁ) : ସରକାର ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ,ବିଜୁପକ୍କା ଘର ଓ ମୋକୁଡ଼ିଆ ଭଳି ଅନେକ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରି ସେଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏମିତି କି ଗରୀବ ଓ ନିରୀହ ଲୋକ ମାନଙ୍କୁ ଥଇଥାନ କରିବା କୁ ସରକାର ପ୍ରତିଶୃତି ବଦ୍ଧ ରହିଥିବା ବେଳେ ଏଠାରେ କିନ୍ତୁ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଠି ଥିଲା ବାଲା ମାରି ନେଉଛନ୍ତି ବିଭିନ୍ନ ଯୋଜନାର ଫାଇଦା । ଫଳରେ ନିରିହ ଗରିବ ଲୋକେ ଏସବୁ ଯୋଜନା ରୁ ବାଦ୍ ପଡୁଛନ୍ତି । ଯଦ଼୍ଦ୍ବାରା ଥିଲାବାଲା ସରକାରଙ୍କ ବିଭିନ୍ନ ଯୋଜନାରୁ ଅର୍ଥ ହାତେଇ ଗୃହ ନିର୍ମାଣ କରୁଥିବା ବେଳେ ବାସ୍ତବତା କିନ୍ତୁ ଏଠି ଭିନ୍ନ ବୟାନ କରୁଛି ।

ଏବଂ ପ୍ରକୃତ ହିତାଧିକାରୀ ଏସବୁ ଯୋଜନାରୁ ବଂଚିତ ରହି କିଏ ଭଙ୍ଗା ଦଦରା ଘରେ ରହି ଦିନ କାଟୁଛନ୍ତି ତ ଆଉ କେହି କେହି ରାସ୍ତା କଡ ର ଗଛ ମୂଳେ କିମ୍ବା ଚିରା ପଲିଥିନ୍ ତେଳେ ଜିବନ ଯାପନ କରିବା ପାଇଁ ବାଧ୍ଯ ହେଉଥିବା ଖବର ଅନେକ ସମୟରେ ଗଣମାଧ୍ଯମରେ ନଜର କୁ ଆସୁଛି । କିନ୍ତୁ ସରକାର ଏଠି ଲୋକଙ୍କ ବିକାଶ ହେଲେ ଦେଶର ବିକାଶ ବୋଲି ନାରା ଦେଉଛନ୍ତି । ହେଲେ ଏସବୁ ନାରା କେତେ ଦୂର ଯଥାର୍ଥ ତାହା ଏ ଚିତ୍ର ରୁ ସ୍ପଷ୍ଟ ଜଣା ପଡୁଛି । ତେବେ ଏପରି ଉଦାହରଣ ଦେଖିବାକୁ ମିଲିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍ ବ୍ରାହ୍ମଣଛେଣ୍ଡିଆ ପଂଚାୟତ ଚିଲିଚିଲା ଗ୍ରାମରେ । ଏହି ଗାଁରେ ରହନ୍ତି ଗରିବ ନିରୀହ ଦିଗଲ ହଂସଙ୍କ ପରିବାର । ପରିବାର କହିଲେ ମାତ୍ର ୭ ପ୍ରାଣୀ କୁଟୁମ୍ବ । ଦୁଇ ପୁଅ, ତିନି ଝିଅ ଓ ସ୍ୱାମୀ,ସ୍ତ୍ରୀ ।

ତେବେ ଦିଗଲ ଙ୍କ କୌଣଷି ଜମିବାଡି ନଥିବାରୁ ଲୋକଙ୍କ ଘରେ କୁଳିମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି । ଆଉ ସରକାରୀ ସୁବିଧା କହିଲେ ମାତ୍ର ଖଣ୍ଡିଏ ରାଶନ କାର୍ଡ୍ ମିଲିଛି । ତା’ ଛଡା ସରକାରୀ ଯୋଜନା ତାଙ୍କ ପାଇଁ ସ୍ବପ୍ନ ହୋଇ ରହି ଯାଇଛି । ତେବେ ଗତ ୪ ବର୍ଷ ତଲେ ଝଡି ବର୍ଷାରେ ଦିଗଲ ଙ୍କ ଘର ଭାଙ୍ଗି ଯାଇ ଥିଲା । ଏବଂ ସେହି ସମୟ ରେ ସରକାରୀ ସହାୟତା ଭାବେ ଦିଗଲଙ୍କ ପରିବାର ଙ୍କୁ ଖଣ୍ଡେ ପଲିଥିନ ମିଲିଥିଲା । ଆଉ ବର୍ଷ ପରେ ବର୍ଷ ସେହି ପଲିଥିନ ତଳେ ପୁରା ପରିବାର ଦିନ କାଟୁଛନ୍ତି । ଖରା,ବର୍ଷା,ଶୀତ କାକର ରେ ବଡ କଷ୍ଟରେ ଜିବନ ଜିଉଁଛନ୍ତି ଏମାନେ ।

ତେବେ ଏଭଳି ସ୍ଥିତିରେ ଦିଗଲ ସରପଂଚ ଙ୍କ ଠାରୁ ଆରମ୍ଭ କରି ଗୋଷ୍ଠି ଉନ୍ନୟନ ଅଧିକାରୀ ଏବଂ ଜନପ୍ରତିନିଧିଙ୍କୁ ଅନେକ ଥର ଗୁହାରୀ କରିଛନ୍ତି । ହେଲେ ଏହି ଗରିବ ନିରିହ ଦିଗଲଙ୍କ କଥା ସୁଣିଛି କିଏ ? ତେବେ ଏଠି ଥିଲା ବାଲା ଆବାସ ତଥା ପକ୍କା ଘର ଯୋଜନାରେ ଘର ପାଉଥିବା ବେଳେ ଦିଗଲଙ୍କ ପରିବାର କଥା କେହି ବୁଝୁ ନାହାଁନ୍ତି । ଯାହା ଫଳରେ ନିରବ ହୋଇ ବସିବା ଛଡା ଅନ୍ଯ କୌଣଷି ଉପାୟ ନଥିବା କହିଛନ୍ତି ଦିଗଲ । ଅପରପକ୍ଷେ କେହି ଘର ପାଇଁ ହଇରାଣ ହେବେନି ବୋଲି ଏକଥା ଉଭୟ ରାଜ୍ଯ ଓ କେନ୍ଦ୍ର ସରକାର କହୁଛନ୍ତି । ହେଲେ ବାସ୍ତବତା କ’ଣ ? ତା’ର ପ୍ରମାଣ ହେଉଛି ଦିଗଲଙ୍କ ପରିବାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking