32.1 C
Bhubaneswar
Thursday, March 28, 2024
Homeଓଡିଶାଚିକିତ୍ସା ପାଇଁ ଅର୍ଥ ସାଜିଛି ଵାଧକ

ଚିକିତ୍ସା ପାଇଁ ଅର୍ଥ ସାଜିଛି ଵାଧକ

କପ୍ତିପଦା : ମୁଣ୍ଡ ଗୁଜିଵାକୁ ନାହିଁ ଛପର,ଘରେପଡିରହିଛି ରୋଗୀଣା ସ୍ତ୍ରୀ, ରାସନକାର୍ଡ଼ ରୁ ଭାଗ ନେଉଛି ରୋଜଗାରିଆ ପୁଅ,ପରଘରେ ପତ୍ର ଉଠାଇ ଜିଵନ ଜିଉଁଛନ୍ତି ଦମ୍ପତି ।
 କପ୍ତିପଦା ଵ୍ଲକ ଫୂଲଵାଡିଆ ରାଜସ୍ୱ ଗ୍ରାମର ଏହେଉଛି ଚତୁରୀଘାଟି ଗାଁ ।ଏଠାରେ ରୁହନ୍ତି ଲିପାଟୁଡୁ ଓ ତାଙ୍କ ପରିବାର ,ଗାଁ ଲୋକଙ୍କ ଦୟାରୁ ନୂଆଣିଆ ଚାଳଘରଟିଏ । ତାହା ପୁଣି ଭାଙ୍ଗି ରୁଜି ଗଲାଣି, ଖରାଵର୍ଷାରେ ସେମିତି ପଡିରହିଛନ୍ତି,ପରିଵାର ଵୋଇଲେ ୪ ଜଣ,ଗୋଟିଏ ଵୋଲି ରୋଜଗାରିଆ ପୁଅ |ରୋଜଗାର କଲା ଦିନରୁ ନିଜ ସ୍ତ୍ରୀ ସହିତ ଅଲଗା ରହୁଛି,ଲିପାଟୁଡୁ ସମୟ ସମୟରେ ଜଙ୍ଗଲ ରୁ କାଠ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିଲେ | ଏଵେ ଵନ ଵିଭାଗ ର କଡା ନଜର ଥିଵାରୁ ତାହା ଵନ୍ଦ ହୋଇଛି, ବିଵାହ,ଵ୍ରତ ରେ ଲୋକଙ୍କ ଘରେ ପତ୍ର ଉଠାଇ ପରିବାର ପ୍ରତିପୋଷଣ କରନ୍ତି,|ଘରପାଖରେ କାଳଵନ୍ଧ ଥିବାରୁ ଭୋଜୀ କରିଵାକୁ ଅନେକ ପର୍ଯ୍ୟଟକ ଆସନ୍ତି ସେମାନଙ୍କ ରୋଷେଇ ପାଇଁ ପାଣି ଇତ୍ୟାଦି ଯୋଗାଇବା ସହ ହାଣ୍ଡି ଡେକଚି ମାଜିବା,ଖାଇସାରିଵାପରେ ପତ୍ର ଉଠାଇ ନେଵା କାମକରି ଯାହା ପ ଇସା ମିଳେ ସେଥିରେ ଚଳିଯାନ୍ତି | ମାତ୍ର କୋରନା ହେବା ଦିନଠାରୁ ସଵୁ ଵନ୍ଦ ହୋଇଯାଇଛି ।ଭରସା ମାତ୍ର ରେସନ କାର୍ଡ ,ସେଥିରେ ମୁଣ୍ଡପିଛା ୫କିଲୋ ଚାଉଳ ମିଳେ |ମୋର ଭାଗଅଛି କହି ପୁଅ ୫କିଲୋ ନେଇଯାଏ ,ଆଉ୧୫କିଲୋ ଚାଉଳରେ ତିନି ପ୍ରାଣି କୁଟୁମ୍ବ ।
ଲିପାଟୁଡୁ-ଯେଉଁ ବୟସରେ ପୁଅ ରୋଜଗାର ରେ ଚଳିବା କଥା ସେ ଵୟସରେ ପର ଘରେ ହାତ ପାତିଵାକୁ ପଡୁଛି କିଛିଦିନ ପୂର୍ବରୁ ସ୍ତ୍ରୀ କାମକରି ମଜୁରୀ ଆଣୁଥିଲା ଏଵେ ସେ ରୋଗ ଶଯ୍ୟା ରେ ,ଅଣ୍ଟା ଠାରୁ ତଳକୁ ଅଚଳ ହୋଇଯାଇଛି, ଯେଉଁ ଠି ଵସିଛି ସେଇଠି ଡାକ୍ତର ଦେଖାଇବାକୁ ଅର୍ଥ ନାହିଁ, ଖାଇଵାକୁ ୨ବେଳା ଭଲରେ ଯାହାକୁ ମିଳୁନି ସେ କେମିତି ଚିକିତ୍ସା କରାଇପାରିଵ ।
ଵେଣୁଧର ଟୁଡୁ(ଓ୍ଵାଡସଭ୍ୟ)-ଜମି ଵାଡି ନାହିଁ, ଗାଁ ଲୋକ ଙ୍କ ଦ୍ଵାରା ଘରଟି ତିଆରି ହୋଇଥିଲା,ଭାଙ୍ଗି ଗଲାଣି,ସେହି ଭଙ୍ଗା ଘରଭିତରେ ରୋଷେଇ,ଯେଉଁଠି ରୋଷେଇ ସେଇଠି ଖାଇଵା ଶୋଇଵା ଅଜଣା ରୋଗରେ ପିଡିତ ସ୍ତ୍ରୀ ,ରୋଗଶଯ୍ୟାରେ ପଡିରହିଛି,ପାଖରେ ସମ୍ଵଳ ନ ଥିବାରୁ କୈଣସି ଚିକିତ୍ସା କରିପାରୁ ନାହାଁନ୍ତି,ଆଧାର କାର୍ଡ ରେ ଵୟସ ହୋଇନଥିଵାରୁ ଭତ୍ତାଟିଏ ମିଳୁନାହିଁ |
 ଘରନାହିଁ,ଭତ୍ତା ନାହିଁ, ରାସନକାର୍ଡ଼ କୁ ଛାଡିଦେଲେ କୈଣସି ସରକାରୀ ସହାୟତା ନାହିଁ |,କେହି ସହୃଦୟ ଵ୍ଯକ୍ତି ଦୟାକରି ସହାୟତା ଯୋଗାଇ ଦେଲେ ରୋଗର ଚିକିତ୍ସା ହୋଇ ପାରନ୍ତା,| ସରକାରୀ ସହୟତା ରେ ଘରଟିଏ ଯୋଗାଇ ଦେଵାକୁ ଗାଁ ଲୋକେ ନିଵେଦନ କରିଛନ୍ତି|
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking