37.1 C
Bhubaneswar
Saturday, April 20, 2024
Homeଓଡିଶାଦୁର୍ଦ୍ଦିନରେ ଚାଳ ଛପର ତଳେ କଟୁଛି ୪ ପ୍ରାଣୀଙ୍କ ଜୀବନ

ଦୁର୍ଦ୍ଦିନରେ ଚାଳ ଛପର ତଳେ କଟୁଛି ୪ ପ୍ରାଣୀଙ୍କ ଜୀବନ

ବାଲେଶ୍ୱର : ନା ଅଛି ଘର ନା ଅଛି ଚିକିତ୍ସା ନା ମିଳିଛି ସରକାରୀ ସହାୟତା । ମାଗି ଯାଚି ପେଟର ଭୋକକୁ ମନରେ ମାରି ଚଳୁଛନ୍ତି ପୁରା ପରିବାର । ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ମହିଷାପଟ୍ଟା ପଂଚାୟତର ଡମ୍ବରୁଘାଟି ଗ୍ରାମର । ନାମ ତାଙ୍କର ରାମେଶ୍ୱର ସିଂ । କିନ୍ତୁ ଦୁଃଖ ତାଙ୍କର ଅସରନ୍ତି । ଛୋଟ ବେଳୁ ବାପା ଚନ୍ଦ୍ର ମୋହନକୁ ହରାଇ ବହୁ ଦୁଃଖ କଷ୍ଟରେ ବଡ଼ ହୋଇ ପରିବାରର ବୋଝ ମୁଣ୍ଡେଇ ଥିଲେ । ଶେଷରେ ହାତକୁ ଦି ହାତ ହୋଇ ସଂସାର ଗଢ଼ିଲେ । ପରିବାରର ସଦସ୍ୟଙ୍କ ସଂଖ୍ୟା ବଢ଼ିବାରୁ ନିଜ ଅଂଚଳରେ କାମ ଧନ୍ଦା ନପାଇ ଭୁବନେଶ୍ୱରରେ ଏକ ଇଟାଭାଟିରେ କାମ କରି ଦିପଇସା ରୋଜଗାର କରୁଥିଲେ ।
୨୦୧୯ ମସିହା ରାମେଶ୍ୱରଙ୍କ ଜୀବନରେ ଆସିଲା କଳା ବାଦଲର ଛାୟା । ସୁନା ସଂସାର ଧୀରେ ଭାସିବାକୁ ଲାଗିଲା ।
ମା’ତାଙ୍କର ଚାଲିଗଲା ପରେ ନିଜ ଦୁଇ ବର୍ଷର ଝିଅ ଦେହ ଖରାପ ହେବାରୁ ମେଡ଼ିକାଲରେ ଭର୍ତି ହୋଇଥିବା ବେଳେ ଏଚ୍‌.ଆଇ.ଭି. ପଜିଟିଭ ଆସିଥିଲା । ପରେ ତାଙ୍କ ସ୍ତ୍ରୀ ଓ ରାମେଶ୍ୱରଙ୍କର ମଧ୍ୟ ପଜିଟିଭ ରିପୋର୍ଟ ଆସିଥିବା ଖବର ପାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ପୁରା ପରିବାର । କିନ୍ତୁ ସୌଭାଗ୍ୟ ବଶତଃ ଅନ୍ୟ ଗୋଟେ ୯ବର୍ଷର ବଡ଼ପୁଅ ଓ ୭ବର୍ଷର ମଝିଆ ଝିଅଙ୍କର ଏଚ୍‌.ଆଇ.ଭି. ନେଗେଟିଭ୍ ଆସିଥିଲା। ପରେ ୨୦୨୦ ଜାନୁଆରୀରେ ସ୍ତ୍ରୀ ଦେହ ଭୀଷଣ ଖରାପ ହେବାରୁ ନୀଳଗିରି ପରେ ବାଲେଶ୍ୱର ମେଡ଼ିକାଲରେ ଚିକିତ୍ସିତ ପରେ ଘରକୁ ଆଣିଥିଲେ ମଧ୍ୟ ସେ ବି ଆରପାରିକୁ ଚାଲିଯାଇଥିଲେ ।
ବାପା ମା’ପରେ ସ୍ତ୍ରୀକୁ ହରାଇ ତିନୋଟି ଛୋଟ ଛୋଟ ଛୁଆକୁ ନେଇ ବହୁ ଦୁଃଖ କଷ୍ଟ ଜୀଇଁ ଥିବା ରାମେଶ୍ୱର ଆଉ କାମ ଧନ୍ଦା କରିପାରୁ ନାହାନ୍ତି । ତାଙ୍କର ଓ ସାନ ଝିଅର ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ଖରାପ ହେଉଥିବା ବେଳେ ମାଗିଯାଚି ପରିବାର ଚଳୁଛି । ନା’ ରହିବାକୁ ଖଣ୍ଡେ ଘର ଅଛି ନା ପେଟକୁ ଗଣ୍ଡେ ଖାଇବାକୁ ମିଳୁଛି । ଭଙ୍ଗା ଦଦରା ଘରେ ଶୀତ, ଖରା, ବର୍ଷାରେ ପଡ଼ି ରହିଛନ୍ତି । ଅତି ଦୟନୀୟ ଅବସ୍ଥାରେ ନିଜ ନିଜ ଭାଗ୍ୟକୁ ଆଦରି । କେବଳ ସରକାରୀ ଚାଉଳ ଗଣ୍ଡେ ମିଳୁଛି ଯାହା ସମୁଦ୍ରକୁ ଶଙ୍ଖେ । ସରକାରୀ ସହାୟତା କିଛି ନମିଳୁ ଥିବାରୁ ଦୁଃଖ ଦୁର୍ଦ୍ଦିନରେ ଜୀବନ କାଟୁଥିବା ରାମେଶ୍ୱର ପରିବାରଙ୍କୁ ତୁରନ୍ତ ସରକାରୀ ସହାୟତା ଓ ଚିକିତ୍ସା ଯୋଗାଇ ଦେବାକୁ ଦାବୀ କରିଛନ୍ତି ସମ୍ପର୍କୀୟ ଓ ସାହି ପଡ଼ିଶା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking