27.1 C
Bhubaneswar
Thursday, April 25, 2024
Homeଓଡିଶାଫୁଟପାଥର ନିରାଶ୍ରୟଙ୍କୁ ଏବେ ଭଗବାନ ଭରସା

ଫୁଟପାଥର ନିରାଶ୍ରୟଙ୍କୁ ଏବେ ଭଗବାନ ଭରସା

ଗଞ୍ଜାମ : : ଲକ୍‌ଡାଉନ୍‌ରେ ମିଳୁଥିଲା । ହେଲେ ଏବେ ଅନଲକ୍‌-୨ରେ ଭୋକିଲା ମୁହଁକୁ ମିଳୁନି ଆହାର । ଏବେ ଭଗବାନଙ୍କ ଭରସାରେ ସହରର ଫୁଟପାଥରେ ଘୁରିବୁଲୁଥିବା ନିରାଶ୍ରୟମାନେ ପଡିରହିଛନ୍ତି । ଖାଦ୍ୟ ମିଳୁନଥିବାରୁ ପାଟିରୁ ଏମାନଙ୍କ କଥାପଦେ ବି ବାହାରିପାରୁନି । କିଏ କେତେଦିନ ହେଲା ନଖାଇ ନପିଇ ସେମିତି ଆସନ୍ନ ମୃତ୍ୟୁକୁ ଅପେକ୍ଷା କରିଛନ୍ତି ତା’ର ହିସାବ କାହା ପାଖରେ ନାହିଁ । କେତେବେଳେ କିଏ ଆହାର କେନ୍ଦ୍ରରୁ ବଳିପଡିଥିବା କିଛି ଖାଦ୍ୟ ଆଣି ଦେଲେ ସେତିକିରେ ଚାଲୁଛି ଏମାନଙ୍କ ଜୀବନ ନାଟିକା । ତଥାପି ଅନାହାର ଅର୍ଦ୍ଧାହାରରେ ଏବେ ବସଷ୍ଟାଣ୍ଡ ଇଲାକାରେ ପଡିରହିଛି ଅନେକ ନିରାଶ୍ରୟ । କିଛି ମାନସିକ ବିକୃତ ରୋଗୀ ରହିଥିବା ବେଳେ କିଛି ଭିକ୍ଷୁକ ଓ କିଛି ନିରାଶ୍ରୟ ଏବେ ବସଷ୍ଟାଣ୍ଡ ଇଲାକାରେ ପଡିରହିଛନ୍ତି । ମହାମାରୀ କରୋନା ଉଜାଡି ଦେଇଛି ଏବେ ସଭିଁଙ୍କ ଆଶାଭରସା । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ତେଜରାତି ଦୋକାନ ଓ ଔଷଧ ଦୋକାନକୁ ଛାଡିଦେଲେ ଅନ୍ୟ ସମସ୍ତ ବ୍ୟବସାୟରେ ତାଲା ଝୁଲୁଛି । ଭଞ୍ଜନଗର ସହରରେ ବହୁ ସଂଖ୍ୟାରେ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିଙ୍କ ସମେତ କିଛି ନିରାଶ୍ରୟ, ମାନସିକ ବିକଳାଙ୍ଗ ଫୁଟପାଥରୁ ସେମାନଙ୍କ ଜୀବିକା ନିର୍ବାହ କରୁଥିଲେ । ଏବେ କରୋନା ମହାମାରୀ ଆସିବା ଦିନରୁ ସବୁକିଛି ବିଗିଡି ଯାଇଛି । ଜିଲ୍ଲାରେ ଅତିପ୍ରବଳ ମାତ୍ରାରେ କରୋନା ତାର ବିସ୍ତାର କରୁଥିବାରୁ ଲୋକଙ୍କ ମନରେ ଛନକା ପଶିଛି । ବଜାର ବନ୍ଦ କାରଣରୁ ସାଧାରଣ ଲୋକାମାନେ ନିହାତି ଆବଶ୍ୟକ ନଥିଲେ କେହି ଘରୁ ପଦାକୁ ବାହାରୁନାହାନ୍ତି । ଏଭଳି ସ୍ଥିତି ଯୋଗୁଁ ବସଷ୍ଟାଣ୍ଡ ଉପରେ ନିର୍ଭର କରି ଚଳୁଥିବା ଏହି ନିରାଶ୍ରୟମାନେ ଏବେ ଘୋର ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ଓଳିଏ ଖାଇଲେ ପୁଣି ଓଳିଏ ଉପାସରେ ଦିନ କଟୁଛି । ଏବେ ବାହାରୁ ମିଳୁଥିବା ସହାୟତା ବନ୍ଦ ହୋଇଯାଇଛି । ତେଣୁ ଆହାରକେନ୍ଦ୍ରରୁ କିଛି ଆହାର ଆଣି ଦିନବେଳା ବସଷ୍ଟାଣ୍ଡ ପରିସରରେ ରହୁଥିବା ନିରାଶ୍ରୟ ଓ ମାନସିକ ବିକଳାଙ୍ଗଙ୍କୁ ଦିଆଯାଉଛି । ତେବେ ରାତିରେ ଏବେ ଏହା ସମ୍ଭବ ହୋଇପାରୁନାହିଁ । ତୁରନ୍ତ ପ୍ରଶାସନ ସେମାନଙ୍କ ପାଇଁ ବ୍ୟବସ୍ଥା କରିବାକୁ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking