35.1 C
Bhubaneswar
Tuesday, April 23, 2024
HomeUncategorizedଅଭିଶପ୍ତ ପରିବାରର ଦୁଃଖଦ କାହାଣୀ

ଅଭିଶପ୍ତ ପରିବାରର ଦୁଃଖଦ କାହାଣୀ

ରାଜନଗର : ଓଡିଆରେ ଗୋଟେ କଥା ଅଛି ବିପଦ ଯେତେବେଳେ ଆସେ ତାହା ଏକାକୀ ଆସେନି । ତାହା ତା’ର ବନ୍ଧୁ,ପରିଜନ ମାନଙ୍କୁ ନେଇକି ଆସେ । ବିପଦ ଗ୍ରସ୍ତ ଲୋକଟି ଉପରେ ଗୋଟିକ ପରେ ଗୋଟିଏ ବିପଦ ଓଜାଡି ହୋଇପଡେ । ସତେ ଯେପରି ସେ ଭଗବାନଙ୍କର ଅଭିଷାପ ପାଇଥିବା ଲୋକଟିଏ । ସେହିଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଡିମିରିପାଳ ଗ୍ରାମରେ ରହୁଥିବା ଏକ ଅଭିଶପ୍ତ ପରିବାର ଭାଗ୍ୟରେ । ଡିମିରିପାଳ ଗ୍ରାମରେ ବାସ କରନ୍ତି ହରେକୃଷ୍ଣ ନାୟକ(୭୨ ବର୍ଷ) । ହରେକୃଷ୍ଣଙ୍କ ପରିବାର କହିଲେ ସ୍ତ୍ରୀ ସୁଷମା ନାୟକ(୬୫) ଓ ଦୁଇ ପୁଅ ହିରଣ୍ୟ ଓ ରାଜେଶ । ୪ ପ୍ରାଣୀ ଙ୍କୁ ନେଇ ଗଢା ଏହି ଛୋଟିଆ ସଂସାର ବେଶ ଖୁସିରେ ଚାଲୁଥିଲ।। ହଠାତ ଏହି ପରିବାର ଉପରେ ଘୋଟିଆସିଲା ଦୁଃଖର କଳାବାଦଲ । ଆଜିକୁ ପ୍ରାୟ ୧୨ ବର୍ଷ ପୂର୍ବେ ହରେକୃଷ୍ଣଙ୍କ ବଡ ପୁଅ ହିରଣ୍ୟ ପାଗଳର ପ୍ରଳାପ ଆରମ୍ଭ କରୁଥିବା ବେଳେ ସାନ ପୁଅ ରାଜେଶ ମଧ୍ୟ ସମାନ ପରିସ୍ଥିତି ଦେଇ ଗତିକଲ।। ସେମାନଙ୍କର ଏହି ଅବସ୍ଥାକୁ ଦେଖିଦେଖି ସ୍ତ୍ରୀ ସୁଷମାଙ୍କ ମାନସିକ ଅବସ୍ଥା ମଧ୍ୟ ବିଗିଡି ଯାଇଛି । ଗୋଟିଏ ପରିବାରରେ ୩ ଜଣ ମାନସିକ ବିକାରଗ୍ରସ୍ତଙ୍କୁ ନେଇ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ହରେକୃଷ୍ଣ । ହରେକୃଷ୍ଣ କୁହନ୍ତି ଯେ ସ୍ତ୍ରୀ ସୁଷମା,ହିରଣ୍ୟ ଓ ରାଜେଶକୁ ନେଇ ତାର ତେଲଲୁଣର ସଂସାର ସ୍ୱଳ୍ପ ଆୟରେ ବେଶ ହସଖୁସିରେ ଚାଲିଥିଲ।। ହିରଣ୍ୟ ମାନପୁର ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ପରିବାରର ଆର୍ଥୀକ ଅବସ୍ଥା ସ୍ୱଛଳ ନଥିବା ଦେଖି ପାଠ ଛାଡି ଦେଇ ବାଙ୍ଗାଲୋରକୁ ଚାଲି ଯାଇଥିଲ।। ସେଠାରେ ସେ ଯାହାକିଛି ରୋଜଗାର କରୁଥିଲା ସେଥିରେ ସେ ନିଜେ ଚଳିବା ସହିତ ପରିବାର ଚଳାଉଥିଲା । ପରେ ସାନପୁଅ ରାଜେଶ ଦଶମ ଫେଲ ହେବାପରେ ଦିଲ୍ଲୀ ପଳାଇ ଯାଇଥିଲ।। ସେଠାରେ କାମ କରି ପରିବାର ଚଳିବା ନିମନ୍ତେ ଅର୍ଥ ପଠାଉଥିଲ।। କିନ୍ତୁ ଆଜକୁ ପ୍ରାୟ ୧୨ ବର୍ଷ ପୂର୍ବେ ଦିନେ ବଡପୁଅ ହିରଣ୍ୟ ଘରେ ଆସି ପହଁଚିଥିଲ।। ଘରେ ପହଁଚିବା ପରେ ତାର ମାନସିକ ବିକୃତି ଘଟିଥିବା ଦେଖିବାକୁ ମିଳିଥିଲ।। ଦିନକୁ ଦିନ ତାର ପାଗଳାମି ବଢିବାରେ ଲାଗିଲ।। ଯାହାକୁ ନେଇ ପରିବାର ଲୋକ ଚିନ୍ତାରେ ପଡି ଯାଇଥିଲୁ । ଆର୍ଥିକ ଅବସ୍ଥା ସ୍ୱଛଳ ନଥିବାରୁ ହିରଣ୍ୟର ଚିକିତ୍ସା କରି ପାରିନୁ । ଏହାର କିଛିଦିନ ପରେ ସାନପୁଅ ରାଜେଶ ଦିଲ୍ଲୀରେ ଥିବା ବେଳେ ହଠାତ୍ ତାର ମାନସିକ ଅବସ୍ଥା ବିଗିଡି ଯାଇଥିଲ।। ଦିଲ୍ଲୀର କିଛି ଲୋକ ତାକୁ ଟ୍ରେନରେ ଗାଁ କୁ ପଠାଇ ଦେଇଥିଲେ । ଦୁଇ ଭାଇ ଆଜକୁ ପ୍ରାୟ ୧୨/୧୩ ବର୍ଷରୁ ଉର୍ଦ୍ଧ ହେବ ପାଗଳ ହୋଇ ଘରେ ପଡିରହିଛନ୍ତି । ଅଧିକାଂଶ ମା ଓ ଦୁଇପୁଅଙ୍କ ଚିନ୍ତାରେ ଦିନକୁ ଦିନ ଅଧିକ ସାରିରୀକ ଓ ମାନସିକ ଭାବେ ଅସ୍ଥିର ହୋଇ ପଡୁଛନ୍ତି । ସମୟରେ ଦୁଇଭାଇ ବାପା ଓ ମା ଦୁହିଁଙ୍କୁ ନିସ୍ତୁକ ମାଡ ମାରୁଥିବା ବେଳେ ଗ୍ରାମବାସୀ ପହଁଚି ସେମାନଙ୍କ କବଳରୁ ରକ୍ଷା କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏପରିକି ସେମାନେ ରହୁଥିବା ମାଟିଘରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି । ଯାହାକୁ ମଧ୍ୟ ଗ୍ରାମବାସୀ ପାଣିଢାଳି ଆୟତ କରି ଦେଇଥିଲେ । ହରେକୃଷ୍ଣ କୋହଭରା କଣ୍ଠରେ କହିଥିଲେ ଯେ ଦୁଇପୁଅ ଜନ୍ମ ହେବା ବେଳେ ତାଙ୍କ ଭରଷାରେ ସାରା ଜୀବନ ବିତାଇବାକୁ ଦେଖିଥିବା ସ୍ୱପ୍ନ ଆଜି ୭୨ ବର୍ଷ ବୟସରେ ପରଦୁଆରେ ମୁଲଲାଗି ସେମାନଙ୍କୁ ପୋଷିବା ଭାରି ଯନ୍ତ୍ରଣା ଦାୟକ । ନିଜେ ଶାରିରୀକ ଭାବେ ଦୁର୍ବଳ ହୋଇ ପଡିଥିଲେ ମଧ୍ୟ ସ୍ତ୍ରୀ ସୁଷମା ଓ ଦୁଇ ପୁଅଙ୍କ ଚିନ୍ତା ତାଙ୍କୁ ଅସହାୟ କରିଦେଇଛି । ଏଭଳି ପରିସ୍ଥିତିରେ ସେ କିଭଳି ଭାବେ ଏହାକି ତିନିଜଣଙ୍କୁ ନେଇ ଚଳିବେ ସେ ଚିନ୍ତାରେ ପଡିଛନ୍ତି ।
ସ୍ତ୍ରୀ ସୁଷମାଙ୍କ ମାନସିକ ଅବସ୍ଥା ଭଲ ନଥିଲେ ସୁଦ୍ଧା ସେ ମୁଲଲାଗି ଦି ପଇସା ଆଣି ପରିବାର ଚଳାଇବାରେ ଲଗାଉଥିବା ବେଳେ ଛେଳି ପାଳନ କରି ପରିବାର ପ୍ରତିପୋଷଣ କରୁଛନ୍ତି । ସବୁଦିନ କାମ ଧନ୍ଦା ମିଳୁନଥିବାରୁ ଓଳିଏ ଖାଇଲେ ଆର ଓଳି ଓପାଷ । ସବୁଦିନ କାମ ନଥିବାରୁ ପାଖରେ ଟଙ୍କାଟିଏ ମଧ୍ୟ ନାହିଁ କହିବା ସହ କାନ୍ଦିକାନ୍ଦି କହୁଥିଲେ କି କେବଳ ଭଗବାନଙ୍କ ଭରଷା । କେମିତି ଏମାନଙ୍କୁ ନେଇ ମୁ ଚଳୁଛି ତାହା ଠାକୁରଙ୍କୁ ଜଣ।। ଯଦି ସରକାର କିମ୍ବା କେହି ସହୃଦୟ ବ୍ୟକ୍ତି ମୋତେ ସାହାଯ୍ୟର ହାତ ବଢାନ୍ତେ ତେବେ ଏମାନଙ୍କୁ ଟିକେ ଚିକିତ୍ସା ସେବା ଯୋଗାଇପାରନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ଭତା ଟଙ୍କା ଓ ରାସନ ଚାଉଳ ହିଁ ତାଙ୍କର ଏକମାତ୍ର ସାହା ଭରଷା । ସେମାନେ ରହୁଥିବା ଘର ଅବସ୍ଥା ନକହିବା ଭଲ । ପାଖରେ ଟଙ୍କା ନଥିବାରୁ ସେ ରହୁଥିବା ଘର ଛପର କରି ପାରିନାହାନ୍ତି ଯାହା ଫଳରେ ତାହା ସଂପୂର୍ଣ୍ଣ ଭାବେ ନଷ୍ଟ ହେବାକୁ ବସିଲାଣି । ଦୁଇ ବଖରା ଘର ମଧ୍ୟରୁ ଗୋଟିଏ ଘରେ ହରେକୃଷ୍ଣ,ତାଙ୍କ ସ୍ତ୍ରୀ ସୁଷମା ଓ ସେମାନେ ରଖିଥିବା ଛେଳି ରହୁଥିବା ବେଳେ ଅନ୍ୟ ଘରେ ଦୁଇ ଭାଇ ରହୁଛନ୍ତି । ବର୍ଷାରେ ଭିଜିଭିଜି ଘରର ବିଭିନ୍ନ ପାଖରୁ କାନ୍ଥ ଗଳିପଡିଛି । ଅନେକ ସମୟରେ ଘରେ ବିସଧର ସାପ ପଶୁଥିବାର ମଧ୍ୟ ନଜିର ରହିଛି । ଯାହାଫଳରେ ସେହି ଭଙ୍ଗା ଘରେ ସେମାନେ ଭୟବିତ ଅବସ୍ଥାରେ ରହୁଥିବା ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ତାଙ୍କୁ ମିଳିଥିବା ଆବାସ ଗୃହ କରିବା ନିମନ୍ତେ ସେ ସଂପୂର୍ଣ୍ଣ ଭାବେ ଅସମର୍ଥ । ୪ ପ୍ରାଣୀଙ୍କ ମୁହଁରେ ଦିନକୁ ଦୁଇଓଳି ଦାନା ଯୋଗାଇବା ସମ୍ଭବ ହେଉନଥିବା ବେଳେ କୋଠାଘର ତିଆରି କରିବା ତାଙ୍କ ପାଇଁ ସ୍ୱପ୍ନ ପାଲଟିଛି । ରାଜ୍ୟ ସରକାର ତାଙ୍କ ପତ୍ନୀ ଓ ଦୁଇ ପୁଅ ହିରଣ୍ୟ ଓ ରାଜେଶକୁ ଚିକିତ୍ସା କରି ଭଲ କରିଦେବାକୁ ସେ ନିବେଦନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking