34.1 C
Bhubaneswar
Thursday, April 25, 2024
Homeଓଡିଶାତେଲୁଗୁ ସମ୍ପ୍ରଦାୟର ପଙ୍ଗଲ ଉତ୍ସବ

ତେଲୁଗୁ ସମ୍ପ୍ରଦାୟର ପଙ୍ଗଲ ଉତ୍ସବ

ଗୁଣୁପୁର : ଆରମ୍ଭ ହୋଇଛି ପଙ୍ଗଲ ।ବିଶେଷ କରି ତେଲୁଗୁ ସମ୍ପ୍ରଦାୟର ଲୋକମାନେ ଏହି ପର୍ଵ କୁ ଖୁବ ଧୁମଧାମରେ ପାଳନ କରିଥାନ୍ତି । ଆନ୍ଧ୍ର ପ୍ରଦେଶ ସୀମାନ୍ତ ରେ ଥିବା ରାୟଗଡ ଜିଲ୍ଲା ଗୁଣୁପୁର ରେ 40 ଭାଗ ତେଲୁଗୁ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ବେଳେ ଏହି ପର୍ଵକୁ ବେଶ ଧୁମଧାମରେ ପାଳନ କରିଛନ୍ତି । ଏହା 4 ଦିନ ଧରି ପାଳିତ ହେଉଥିବା ବେଳେ ଆଜି ପ୍ରଥମ ଦିନରେ ଭୋଗୀ ଉତ୍ସବ ପାଳନ କରାଯାଇଛି । ଏହି ଉତ୍ସବ ରେ ତେଲୁଗୁ ଲୋକମାନେ ବଡ଼ ବଡ଼ କାଠ ଗଣ୍ଡି ସଂଗ୍ରହ କରି ଏକାଠି କରି ଏଥିରେ ସମବେତ ଭାବରେ ଅଗ୍ନି ସଂଯୋଗ କରିଥାନ୍ତି । ହୁତ ହୁତ ହୋଇ ଜଳୁଥିବା ନିଆଁ ରେ ପିଲାଠୁ ବୃଦ୍ଧ ଯାଏଁ ଗୋବରରେ ପ୍ରସ୍ତୁତ ପିଡ଼ିକା, ଟଙ୍କା ପଇସା, ଘିଅ ପ୍ରଭୃତି ପକେଇଥାନ୍ତି । ଏହି ଉତ୍ସଵ ରାବଣ ପୋଡି ସହ ଜଡିତ । ଏହାପରେ ଲୋକେ ଶୁଦ୍ଧପୂତ ହୋଇ ଆଗାମୀ 3 ଦିନର ଉତ୍ସବ ପାଇଁ ପ୍ରସ୍ତୁତ ହୁଅନ୍ତି । ଘରେ ଘରେ ପିଠା ପଣା, ଭୋଜିଭାତ, ନୂଆ ପୋଷାକ ପରିଧାନ, ବନ୍ଧୁମିଳନ ପ୍ରଭୃତି ଆସର ଜମିଥାଏ ।
https://onakhabar.com/2020/01/14/rape-case-52/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking