30.1 C
Bhubaneswar
Thursday, April 25, 2024
Homeଓଡିଶାଜନ୍ମରୁ ଭିନ୍ନକ୍ଷମ,ଟ୍ୟୁସନ୍ କରି ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି ମମତା

ଜନ୍ମରୁ ଭିନ୍ନକ୍ଷମ,ଟ୍ୟୁସନ୍ କରି ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି ମମତା

ପୋଲସରା :  ମନୋବଳ ସମସ୍ତ ଅସମ୍ବବ କାମକୁ ସଫଳ କରିବାରେ ସାମର୍ଥ୍ୟ ପହଞ୍ଚାଇଥାଏ । ଯେଉଁଠ ସ୍ୱାସ୍ଥ୍ୟବାନ ମଣିଷ ଶାରୀରିକ ଓ ମାନସିକ ସ୍ତରରେ ହାର ମାନିଯାଏ ସେହି ସ୍ଥାନରେ ଜଣେ ଜନ୍ମରୁ ଭିନ୍ନକ୍ଷମ ଥିବା ସାଧାରଣ ଝିଅଟି ଅସାଧାରଣ ବକ୍ତିତ୍ୱର ପରିଚୟ ଦେଇ ସ୍ୱାବଲମ୍ବୀ ହୋଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ମହିଳା ହେଉଛନ୍ତି ମମତା ପାଢ଼ୀ । ନିଜେ ସ୍ୱାବଲମ୍ବୀ ହେବା ସହ ଆଗାମୀ ପିଢିକୁ ମଧ୍ୟ ସ୍ୱାବଲମ୍ବୀ କରିବା ପାଇଁ ଅହରହ ଉଦ୍ୟମ ଚଳାଇଛନ୍ତି । ଛୋଟ ପିଲା ମାନଙ୍କୁ ଟ୍ୟୁସନ୍ କରି ପାଠ ପଢାଉଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ବଡ଼ପଙ୍କଳବାଡି ଗ୍ରାମର ମମତା ପାଢ଼ୀ । ଶାରୀରିକ ଅକ୍ଷମତା ଯୋଗୁଁ ଛୋଟ ବୟସରୁ ହିଁ ମାନସିକ ସ୍ତରରେ ବହୁ ବାଧାବିଘ୍ନର ସାମ୍ନା କରି ଆର୍ôଥକ ଅନଟନରେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ନିଜ ଜୀବନର ୩୫ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଶାରୀରିକ ଭିନ୍ନକ୍ଷମ ଯୋଗୁଁ ଏକାକୀ ଜୀବନ କାଟୁଛନ୍ତି ମମତା । ମନରେ ଦୃଢ଼ ସଙ୍କଳ୍ପ ଓ ଆତ୍ମ ବିଶ୍ୱାସକୁ ନେଇ  ମମତା ସ୍ୱାବଲମ୍ବୀ ହେବା ସହ ଛୋଟ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ଘରକୁ ଘର ଯାଇ ପିଲାଙ୍କୁ ଟ୍ୟୁସନ୍ କରୁଛନ୍ତି । ଏପରିକି ପିଲାମାନଙ୍କୁ ପାଠ ପଢାଇବା ସହ ଘରର ବିଭିନ୍ନ କାର୍ଯ୍ୟରେ ମଧ୍ୟ ସହଯୋଗ କରନ୍ତି ମମତା । ଭିନ୍ନକ୍ଷମ ମମତା ଜନ୍ମରୁ ବାପା ମାଆଙ୍କ ହାତ ଧରି ଚାଲି ଶିଖି ନଥିବା ମମତା ଆଜି ନିଜ ଦମ୍ଭରେ ଆଶା ବାଡ଼ି ସାହାଯ୍ୟରେ ଉଚ୍ଚ ପାହଡ଼ ଲଂଘିବାର ସାମର୍ଥ୍ୟ ରଖିଛନ୍ତି । ପରିସ୍ଥିତିର ସମସ୍ତ ବୋଝକୁ ସାଙ୍ଗରେ ଧରି ଘୁଷୁଡ଼ି ବହୁ କଷ୍ଟରେ ଯିବା ଆସିବା କରି ପିଲାଙ୍କୁ ସ୍ନେହ ଆଦରରେ ପାଠ ପଢାଇଥାନ୍ତି ।

ସରକାରଙ୍କ ଠାରୁ ମାସିକ ଭିନ୍ନକ୍ଷମ ଭତ୍ତା ବାବଦକୁ ୭ ଶହ ଟଙ୍କା ମିଳୁଥିବା ବେଳେ ତାହା ସମୁଦ୍ରକୁ ଶଙ୍ଖେ ପରି ମନେହୁଏ । ଏଭଳି ସ୍ଥିତିରେ ମମତା ନିଜର ଆଶ୍ରୀତ ପାଇଁ ସରକାରଙ୍କ ଯୋଜନାରେ ଏକ ପକ୍କା ଘର ନିର୍ମାଣ ପାଇଁ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସୁଫଳ ମିଳିନାହିଁ । ଏଭଳି ସମସ୍ୟାକୁ ନେଇ ସ୍ଥାନୀୟ ସରପଞ୍ଚ ରଞ୍ଜୟ ପାଣିଗ୍ରାହୀ ବିଡିଓଙ୍କ ସହ ଆଲୋଚନା କରି ଆବାସ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବିଡିଓ ଶମ୍ଭୁନାଥ ନନ୍ଦୀ ତୁରନ୍ତ ସରକାରୀ ଯୋଜନାରେ ମମତାଙ୍କୁ ଘର ଯୋଗାଇ ଦୋବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking