31.1 C
Bhubaneswar
Friday, March 29, 2024
Homeଓଡିଶାଗାଁ’ଦାଣ୍ଡରେ ମହିଳାଙ୍କୁ ଗଛରେ ବାନ୍ଧି ମାଡ଼

ଗାଁ’ଦାଣ୍ଡରେ ମହିଳାଙ୍କୁ ଗଛରେ ବାନ୍ଧି ମାଡ଼

ପୋଲସରା : ପୋଲସରା ଥାନା ଅନ୍ତର୍ଗତ ଢୁଙ୍କାପଡା ଗ୍ରାମରେ ଜଣେ ମହିଳାଙ୍କୁ ଅନ୍ୟ ଜଣେ ମହିଳା ଗଛରେ ବାନ୍ଧି ଚପଲରେ ପିଟିଥିବା ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ଜେଲ ପଠାଇଛି । ସୂଚନା ଅନୁଯାୟୀ,  ଢୁଙ୍କାପଡା ଗ୍ରାମର ପୁଷ୍ପାଞ୍ଜଳି ସ୍ୱାଇଁଙ୍କ ସ୍ୱାମୀ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ଶାଶୂ ପଦ୍ମା ବିଶ୍ୱାଳ କୌଣସି ଏକ ମହିଳା ଗ୍ରୁପ୍‌ରୁ ୪୦ ହଜାର ଟଙ୍କା ଋଣ ଆଣିଥିଲେ । ଯାହାକୁ ନେଇ ଉଭୟ ଶାଶୂ ଓ ବୋହୂଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଏହା ବ୍ୟତିତ ପଦ୍ମାଙ୍କ ଝିଅ ସିଲି ମଧ୍ୟ ନିଜ ମା’ ସହ ମିଶି ପୁଷ୍ପାଞ୍ଜଳିଙ୍କ ସହ କଳହ କରୁଥିଲେ । ତେବେ ଉକ୍ତ ଘଟଣାକୁ କେନ୍ଦ୍ର କରି ସିଲି ସାହୁ ଗୁରୁବାର ଗାଁ ଦାଣ୍ଡରେ ପୁଷ୍ପାଞ୍ଜଳିଙ୍କୁ ଗାଳି ଗୁଲଜ କରି ନଡ଼ିଆ ଗଛରେ ବାନ୍ଧି ଚପଲରେ ପିଟିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୁଷ୍ପାଞ୍ଜଳିଙ୍କୁ ଉଦ୍ଧାର କରିବା ସହ ସିଲି ସାହୁକୁ ଗିରଫ କରି କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking