40.1 C
Bhubaneswar
Thursday, April 25, 2024
Homeଓଡିଶାଢ଼ିଙ୍କିଆ ଅଞ୍ଚଳ ରୁ ତୁରନ୍ତ ପୁଲିସ ବଳ ହଟାଇବା ଏବଂ ପୁଲିସ ଅତ୍ୟାଚାର ବନ୍ଦ ପାଇଁ...

ଢ଼ିଙ୍କିଆ ଅଞ୍ଚଳ ରୁ ତୁରନ୍ତ ପୁଲିସ ବଳ ହଟାଇବା ଏବଂ ପୁଲିସ ଅତ୍ୟାଚାର ବନ୍ଦ ପାଇଁ 13 ଟି ବିରୋଧୀ ରାଜନୈତିକ ଦଳର ଦାବୀ

ଭୁବନେଶ୍ୱର : ଢ଼ିଙ୍କିଆ ଅଞ୍ଚଳ ରୁ ତୁରନ୍ତ ପୁଲିସ ବଳ ହଟାଇବା ଏବଂ ପୁଲିସ ଅତ୍ୟାଚାର ବନ୍ଦ ପାଇଁ ସଂହତି ଜଣାଇ 13 ଟି ବିରୋଧୀ ରାଜନୈତିକ ଦଳର ମିଳିତ ବୈଠକ ରେ ପ୍ରସ୍ତାବ ଗୃହୀତ ହୋଇଛି l

 

ଖୁବଶୀଘ୍ର ମିଳିତ ବିରୋଧୀ ଦଳ ର ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟିବେ ଏବଂ 21 ଜାନୁୟାରୀ ରେ ଢ଼ିଙ୍କିଆ ଅଞ୍ଚଳ ଗସ୍ତ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି l ଆଜି ଭୁବନେଶ୍ୱରସ୍ଥିତ ସାମ୍ୟବାଦୀ ଭବନ ରେ ଅନୁଷ୍ଠିତ 13 ଟି ରାଜନୈତିକ ଦଳ ର ମିଳିତ ବୈଠକ ରେ ଏହି ନିଷ୍ପତ୍ତି ଗ୍ରହଣ କରା ଯାଇଛି l

 

13ଟି ରାଜନୈତିକ ଦଳର ବୈଠକ ରେ ଗୃହୀତ ପ୍ରସ୍ତାବ ରେ କୁହା ଯାଇଛି ଯେ ଢ଼ିଙ୍କିଆ ରେ ମାନବିକ ଅଧିକାର ଏବଂ ସ୍ୱାଭାବିକ ଜୀବନ ଯାତ୍ରା ଭୁଲୁଣ୍ଠିତ ହୋଇଛି l ପୁଲିସ ଏବଂ ସରକାରୀ ଦଳ ର ଗୁଣ୍ଡାଙ୍କ କବଳ ରେ ଢ଼ିଙ୍କିଆ ଅଞ୍ଚଳ ର ସାଧାରଣ ଜନତା ଅରାଜକତା ଏବଂ ଅତ୍ୟନ୍ତ ଭୟାତୁର ବାତାବରଣ ମଧ୍ୟ ରେ ଜୀବନ ବିତାଉଛନ୍ତି l ଲୋକେ ପୁଲିସ ଭୟରେ ଗାଁ ଛାଡି ଜଙ୍ଗଲ ରେ ଲୁଚିଛନ୍ତି l ଲୋକଙ୍କ ପାଖରେ ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ଜନିତ ସଂକଟ ସୃଷ୍ଟି ହୋଇଛି lଢ଼ିଙ୍କିଆ ଜନ ସାଧାରଣଙ୍କର ଅତି ଗୁରୁତର ପରିସ୍ଥିତି ପାଇଁ ବିରୋଧୀ ଦଳ ମାନଙ୍କର ମିଳିତ ବୈଠକ ରେ ଗଭୀର ଉଦବେଗ ପ୍ରକାଶ କରା ଯାଇ ସଂହତି ଏବଂ ସମର୍ଥନ ପାଇଁ ପ୍ରସ୍ତାବ ଗୃହୀତ ହୋଇଛି l

 

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହି ପରିସ୍ଥିତି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଏବଂ ଏଥିପାଇଁ ପାଇଁ ରାଜ୍ୟ ସରକାର ହିଁ ଦାୟୀ ବୋଲି 13 ଟି ଦଳ ତରଫରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତି ରେ କୁହା ଯାଇଛି l

 

ଢ଼ିଙ୍କିଆ ରୁ ପୁଲିସ ବଳ ହଟାଇବା ଏବଂ ପୁଲିସ ଅତ୍ୟାଚାର ବନ୍ଦ କରିବା,21 ଜାନୁୟାରୀ ରେ 13 ଦଳ ର ପ୍ରତିନିଧି ମଣ୍ଡଳୀ ଢ଼ିଙ୍କିଆ ଗସ୍ତ କରିବା,20 ଜାନୁୟାରୀ ରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଆହୁତ ରାଜ୍ୟବ୍ୟାପୀ ଢ଼ିଙ୍କିଆ ସଂହତି ଦିବସ ଡାକରା କୁ 13 ଦଳ ସମର୍ଥନ ଜଣାଇ ଯୋଗ ଦେବା , ଲୋକଙ୍କ ଉପରୁ ମିଥ୍ୟା ମୋକଦ୍ଦମା ପ୍ରତ୍ୟାହାର କରିବା, ଗିରଫ ନେତା ମାନଙ୍କୁ ତୁରନ୍ତ ଖଲାସ କରିବା, 14ଜାନୁୟାରୀ ପୁଲିସ ର ଅମାନୁଷିକ ଲାଠି ଚାଳନା ଏବଂ ଅତ୍ୟାଚାର ର ତଦନ୍ତ ଉଚ୍ଚ ନ୍ୟାୟାଳୟ ତତ୍ୱାବଧାନ ରେ ସ୍ୱତନ୍ତ୍ର ଅନୁ ସନ୍ଧାନକାରୀ ଦଳ l(ଏସ ଆଇ ଟି ) ଦ୍ୱାରା କରିବା ଇତ୍ୟାଦି ଦାବୀ କରାଯାଇଛି l

 

ବିରୋଧୀ ରାଜନୈତିକ ଦଳ ମାନଙ୍କର ଏହି ମିଳିତ ବୈଠକ ରେ ଭାରତୀୟ ଜାତୀୟ କଂଗ୍ରେସର ପଞ୍ଚାନନ କାନୁନଗୋ,ସି ପି ଆଇ ର ଆଶୀଷ କାନୁନଗୋ, ସି ପି ଆଇ(ଏମ ) ର ଅଳି ପଟ୍ଟନାୟକ, ଜନାର୍ଦ୍ଦନ ପତି, ସୁରେଶ ପାଣିଗ୍ରାହୀ,ସି ପି ଆଇ-

ଏମ ଏଲ( ଲିବେରେସନ )ର ମହେନ୍ଦ୍ର ପରିଡା,ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ଜ୍ୟୋତି ରଞ୍ଜନ ମହାପାତ୍ର,ସି ପି ଆଇ-ଏମ ଏଲ(ରେଡ ଷ୍ଟାର )ର ପ୍ରମିଳା ବେହେରା,ପୂଜା ଦାସ,ସି ପି ଆଇ-ଏମ ଏଲ(ନ୍ୟୁ ଡେମୋକ୍ରେସୀ)ର ଭାଲଚନ୍ଦ୍ର ଷଡ଼ଙ୍ଗୀ,ସି ପି ଆଇ(ଏମ ଏଲ ) ର ଶ୍ରୀକାନ୍ତ ମହାନ୍ତି, ସମାଜବାଦୀ ପାର୍ଟି ର ସୁଦର୍ଶନ ପ୍ରଧାନ,ଆମ ଆଦମୀ ପାର୍ଟି ର ରଙ୍ଗା ଚରଣ ପ୍ରଧାନ, ଆର ଜେ ଡି ର ହେମନ୍ତ କୁମାର, ଆର ପି ଆଇ ର ଶେଖ ଅବଦୁଲ ୱାଲୀ, ଏବଂ ଏନ ସି ପି ର ବିକ୍ରମ ସ୍ୱାଇଁ ପ୍ରମୁଖ ନେତୃବୃନ୍ଦ ସାମିଲ ହୋଇଛନ୍ତି l

 

ଏହା ସହିତ ପ୍ରଦୀପ ସାହୁ, ଶ୍ରୀଚରଣ ବେହେରା ଏବଂ ଚନ୍ଦ୍ରକାନ୍ତ ଜାନି ପ୍ରମୁଖ ସାମାଜିକ କର୍ମୀ ମାନେ ଏହି ବୈଠକ ରେ ଯୋଗ ଦେଇଥିଲେ l

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking