32.8 C
Bhubaneswar
Tuesday, April 16, 2024
Homeଦେଶ ବିଦେଶଇସ୍ତଫା ଦେବେ କି ଉଦ୍ଧବ ଠାକରେ ?

ଇସ୍ତଫା ଦେବେ କି ଉଦ୍ଧବ ଠାକରେ ?

ମୁମ୍ବାଇ : ଇସ୍ତଫା ଦେଇ ପାରନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସରକାର ସଂଖ୍ୟାଲଘୁରେ ପରିଣତ ହେଲା ପରେ ଇସ୍ତଫା ଦେଇ ପାରନ୍ତି । ମହାରାଷ୍ଟ୍ର କ୍ୟାବିନେଟ ବୈଠକ ପରେ ଇସ୍ତଫା ଘୋଷଣା କରିପାରନ୍ତି । କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାରୁ ଭର୍ଚୁଆଲରେ ଯୋଗଦେବେ ଉଦ୍ଧବ ଠାକରେ । ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ସଂଖ୍ୟାଲଘୁ ହୋଇଛି ଉଦ୍ଧବ ସରକାର । ସିନ୍ଦେଙ୍କ ବିଦ୍ରୋହ ଯୋଗୁଁ ସଂକଟରେ ଥିବା ସରକାର ପାଇଁ ବଢିଲା ଅଡୁଆ । ବିଧାନସଭା ଭଙ୍ଗ ନେଇ ସଂକେତ ଦେଲେ ଶିବସେନା ନେତା ସଂଜୟ ରାଉତ । ଶିବସେନା ମୁଖପାତ୍ର ତଥା ସାଂସଦ ସଂଜୟ ରାଉତଙ୍କ ଟୁଇଟ ସଂକେତ । ଉଦ୍ଧବ ସରକାରରେ ରାଜନୈତିକ ସଙ୍କଟ ଦେଖା ଦେଇଥିବା ବେଳେ ବିଜେପି ଏଠି ସରକାର ଗଠନ କରିବା ପ୍ରୟାସ ଚଳାଇଛି। ମହାରାଷ୍ଟ୍ରରେ ଉଦ୍ଧବ ସରକାରରେ ଫାଟ ସୃଷ୍ଟି ହୋଇଛି। ଗୋଟିଏ ପଟେ ଶିବସେନା ନେତା ଏକନାଥ ସିନ୍ଦେ ଦଳୀୟ ବିଧାୟକଙ୍କ ସହ ଆଜି ସକାଳୁ ସକାଳୁ ଆସାମର ଗୌହାଟି ପହଞ୍ଚିଛନ୍ତି। ସେଠାରେ ସେମାନେ ଏକ ହୋଟେଲ୍  ରହିବା ସହ ସେମାନଙ୍କ ପାଇଁ ୫୦ଟି ରୁମ୍ ବୁକିଂ କରାଯାଇଛି। ଅନ୍ୟପଟେ ଉଦ୍ଧବ ସରକାରଙ୍କ ନେତାମାନେ ସିନ୍ଦେଙ୍କୁ ମନାଇବା ପାଇଁ ଚେଷ୍ଟା ଚଳାଇଛନ୍ତି। ସୂଚନାଥାଉ କି, ୨୮୮  ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଏବେ ୨୮୭ ସଭ୍ୟ ଅଛନ୍ତି। ମ୍ୟାଜିକ ନମ୍ବର ହେଲା ୧୪୪ । ବିଜେପିର ୧୦୬ ଏମ୍ଏଲ୍ଏ ଅଛନ୍ତି।  ବହୁମତ ପାଇଁ ଆହୁରି ଦରକାର ୩୮ ବିଧାୟକ।  ଶିବସେନା, ଏନ୍‌ସିପି ଓ କଂଗ୍ରେସକୁ ମିଶାଇ ୧୫୨ ବିଧାୟକ ଅଛନ୍ତି। ଏକନାଥଙ୍କ ସହିତ ୨୨ ବିଧାୟକ ଥିଲେ ତାଙ୍କ ସପକ୍ଷରେ ପ୍ରକୃତରେ କେତେ ଶିବସେନା ବିଧାୟକ ଅଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking