27.1 C
Bhubaneswar
Thursday, April 25, 2024
Homeଅପରାଧପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କଲେ ପୁଲିସ ଇନସ୍ପେକ୍ଟର

ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କଲେ ପୁଲିସ ଇନସ୍ପେକ୍ଟର

ଗୁଜୁରାଟ: ଗୁଜୁରାଟ ବଡୋଦରାରେ ଏକ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯେଉଁଠି ଜଣେ ପୁଲିସ ନୀରିକ୍ଷକ ନିଜ ପତ୍ନୀଙ୍କ ହତ୍ୟା କରିଛନ୍ତି । ଅଭିଯୁକ୍ତ ନିଜ ଦୋଷ ଲୁଚାଇବା ପାଇଁ ପତ୍ନି ନିଖୋଜ ହେବା ରିପୋର୍ଟ ଥାନାରେ ଦେଇଥିଲେ । ଅହମ୍ମଦାବାଦ କ୍ରାଇମ ବ୍ରାଂଚ ମାମଲାର ଖୁଲାସା କରି କହିଛି ଯେ, ପିଆଇ ଅଜୟ ଦେଶାଇ ନିଜ ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି । ଏହାପରେ ଶବକୁ ନିଜର ଜଣେ ସାଥୀଙ୍କ ସହିତ ଆଟାଲୀ ଗାଁରେ ଥିବା ବନ୍ଦ ହୋଟେଲ ପଛପଟେ ଜଳାଇ ଦେଇଥିଲେ । ତଦନ୍ତରେ ପୋଲିସକୁ ସୂଚନା ମିଳିଛି ଯେ, ୫ ଜୁନରେ ମୃତକ ମହିଳା ଗାୟବ ହୋଇଥିଲେ । ଏହାପୂର୍ବରୁ ୪ ଜୁନରେ ପତିପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଅଭିଯୁକ୍ତ ପତ୍ନୀଙ୍କର ହତ୍ୟା କରିଥିଲା । ମୃତକ ମହିଳାଙ୍କ ଭାଇ ଥାନାରେ ମାମଲା ରୁଜୁ କରିଛନ୍ତି । ଏବେ ଏହାର ତଦନ୍ତ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking