ଭୁବନେଶ୍ୱର: ନିଶା ବେପାରୀଙ୍କ ବିରୋଧିରେ କଠୋର ମନୋଭାବ ଗ୍ରହଣ କରିଛି କମିନରେଟ୍ ପୁଲିସ । ରାଜଧାନୀରେ ହେଉଥିବା ମଦ, ଗଞ୍ଜେଇ, ବ୍ରାଉନ ସୁଗର ବେପାରରେ ରୋକ ଲାଗାଇବା ପାଇଁ ଆରମ୍ଭ କରିଛି ସ୍ପେସାଲ ଡ୍ରାଇଭ୍ । କେଉଁଠି ନିଶା କରବାର ଖବର ପାଇଲେ ସଙ୍ଗେସଙ୍ଗେ କରୁଛନ୍ତି ଚଡଢ଼ଉ । ସେହି ପାରିପେକ୍ଷୀରେ ôଖଣ୍ଡଗିରି ଥାନା ପୁଲିସ ବେଆଇନ ବିଦେଶୀମଦ ବିକ୍ରି କରୁଥିବା ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସେମାନେ ହେଲେ ଅମରଜୀତ ସିଂ(୨୭) ଏବଂ ରାଜେନ୍ଦ୍ର ବେହେରା(୨୭) । ସୂଚନାଯୋଗ୍ୟ ଯେ, ଖଣ୍ଡଗିରି ଥାନା ପୁଲିସ ବାରଭୁଜା ମାର୍କେଟ ନିକଟରେ ଅତର୍କିତ ଚଢଉ କରିବା ସହିତ ଦୁଇଟି ଦୁଇଚକିଆ ଯାନ ସାହାଯ୍ୟରେ ବୁଲିବୁଲି ବିଦେଶୀମଦ ବିକ୍ରି କରୁଥିବା ଉକ୍ତ ଦୁଇ ଜଣଙ୍କୁ କାବୁ କରି ସେମାନଙ୍କ ନିକଟରୁ ୮.୧ ଲିଟର ବିଦେଶୀ ମଦ, ଦୁଇଟି ମୋଟରସାଇକେଲ ଏବଂ ୨୩୨୦ ଟଙ୍କା ଜବତ କରିଥିଲେ । ସେହିପରି ବାଲିଅନ୍ତା ଥାନା ପୁଲିସ ନିକଟସ୍ଥ ସାଇଫୁନ ଛକ ନିକଟରେ ଅତର୍କିତ ଚଢଉ କରି ବେଆଇନ ବ୍ରାଉନ ସୁଗାର ବିକ୍ରି କରୁଥିବା ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ହେଲା ଶଙ୍କର ଭୋଇ(୨୦) । ପୁଲିସ ଶଙ୍କରକୁ କାବୁ କରି ତା’ ନିକଟରୁ ମୋଟ ୧୦.୦୪ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।