ସତର୍କ କଲା ପୋଲିସ

ଭୁବନେଶ୍ୱର: ସାଇବର ଠକେଇ ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଠକଙ୍କୁ ସାବଧାନ ରହିବାକୁ ଟ୍ୱିଟ କରି ସୂଚନା ଦେଇଛି ପୋଲିସ ମୁଖ୍ୟାଳୟ । ସମାନ ଦେଖାଯାଉଥିବା ଫେକ ଆକାଉଣ୍ଟ ଖୋଲି ଠକେଇ କରାଯାଉଥିବା ସୂଚନା ରହିଛି । ଅସୁବିଧାରେ ଥିବା କହି ସାଙ୍ଗମାନଙ୍କୁ ଟଙ୍କା ପଠାଇବାକୁ ଅନୁରୋଧ କରାଯାଉଛି । ସେଥିପାଇଁ ସତର୍କ ରହିବା ସହ ଟଙ୍କା ଦେବା ପୂର୍ବରୁ ଯାଂଚ କରନ୍ତୁ ବୋଲି ପୋଲିସ କହିଛି । ସୂଚନାଯୋଗ୍ୟ ଯେ, ସେମାନଙ୍କ ମଧ୍ୟରୁ ରାଜଧାନୀରେ ୪୬ ଜଣ ସାଇବର ଅପରାଧୀଙ୍କ ବିଭିନ୍ନ କୌଶଳରେ ପଡ଼ି ହରାଇଛନ୍ତି ୧୦,୩୮,୫୦୧ ଟଙ୍କା। ପ୍ରତ୍ୟେକ ଦିନ ୨୦ରୁ ୩୦ ଜଣ ପର୍ଯ୍ୟନ୍ତ ସାଧାରଣ ଲୋକ ଅପରାଧୀଙ୍କ ହାବୁଡ଼ରେ ପଡୁଛନ୍ତି। ଲୋକେ ଯେତେ ସତର୍କ ହେଲେ ବି ସାଇବର ଅପରାଧୀଙ୍କ ନୂଆ ଉପାୟରୁ ମୁକୁଳି ପାରୁ ନାହାନ୍ତି। କମିସନରେଟ ପୁଲିସ ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ଠକେଇ ଅଭିଯୋଗ ଗ୍ରହଣ କରିସାରିଲାଣି ।

LEAVE A REPLY

Please enter your comment!
Please enter your name here