31.1 C
Bhubaneswar
Friday, March 29, 2024
Homeଓଡିଶାକରୋନାରେ ୧୦ ପ୍ରତିଶତ ଖିଲାପକାରୀ

କରୋନାରେ ୧୦ ପ୍ରତିଶତ ଖିଲାପକାରୀ

ଭୁବନେଶ୍ୱର: କରୋନା ଭାଇରସ ସହ ଏବେ ସମଗ୍ର ବିଶ୍ୱ ଲଢେଇ କରୁଛି । ଏହାକୁ ରୋକିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି । ସେଥିପାଇଁ ସାରା ଭାରତରେ ଲକ୍ ଡାଉନ ଘୋଷଣା କରାଯାଇଛି । ଏଥିସହ ପ୍ରତ୍ୟେକ ବିଦେଶ ଫେରନ୍ତା ଓ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷମାନଙ୍କ ପାଇଁ ଏକାନ୍ତବାସ (ଆଇସୋଲେସନ୍) ଓ ସଙ୍ଗରୋଧ (କ୍ୱାରେଣ୍ଟିନ୍) ପରି କେତେକ ନିୟମ ଲାଗୁ କରାଯାଇଛି। ତେବେ ସୂଚନା ଅନୁଯାୟୀ, ଶତକଡ଼ା ୯୦ ପ୍ରତିଶତ ରାଜ୍ୟବାସୀ ଏହି ନିୟୟମକୁ କଡ଼ାକଡ଼ି ଭାବେ ପାଳନ କରୁଥିବା ବେଳେ ୧୦ ପ୍ରତିଶତ ଏହି ନିୟମକୁ ପାଳନ କରୁ ନାହାନ୍ତି। ଯାହା ଫଳରେ ନିୟମ ମାନୁଥିବା ୯୦ ପ୍ରତିଶତଙ୍କ ପାଇଁ ବିପଦର ଏକ ପ୍ରମୁଖ କାରଣ ହୋଇ ଠିଆ ହୋଇଛନ୍ତି ନିୟମକୁ ମାନୁ ନ ଥିବା ଏହି ୧୦ ପ୍ରତିଶତ ଲୋକ। ଏପ୍ରକାର ସ୍ଥିତିରେ ପରିସ୍ଥିତିର ଗୁରୁତ୍ୱ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଲକ୍ଡାଉନ୍ ଓ କରୋନା ନିୟମକୁ ପାଳନ କରୁ ନଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ରାଜ୍ୟ ପୁଲିସ୍ ଏବେ ଭଦ୍ରୋଚିତ ଭାବେ କଠୋରରୁ କଠୋରତମ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଜି ରାଜ୍ୟବାସୀଙ୍କୁ ଚେତାଇ ଦେଇଛନ୍ତି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଅଭୟ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking