30 C
Bhubaneswar
Tuesday, April 16, 2024
Homeଓଡିଶାଆଦିବାସୀ ଯୁବକଙ୍କ ମୃତ୍ୟୁ ଘଟଣା : କ୍ଷତିପୂରଣ ଦାବିରେ ପାଲଲହଡ଼ା ଥାନା ଘେରାଉ 

ଆଦିବାସୀ ଯୁବକଙ୍କ ମୃତ୍ୟୁ ଘଟଣା : କ୍ଷତିପୂରଣ ଦାବିରେ ପାଲଲହଡ଼ା ଥାନା ଘେରାଉ 

ପାଲଲହଡ଼ା : ଆଦିବାସୀ ଯୁବକ ବୁଧୁରାମ କୁଙ୍କାଲଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଏବଂ ଦୋଷୀ ବନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର ସ୍ଥାନୀୟ ଆଦିବାସୀ ମଞ୍ଚ ପକ୍ଷରୁ ସ୍ଥାନୀୟ ଥାନା ଘେରାଉ କରାଯାଇଥିଲା । ଆଦିବାସୀ ନେତା ଲକ୍ଷ୍ମଣ ହେମ୍ବ୍ରମ, ଈଶ୍ୱର ଚନ୍ଦ୍ର ପିଙ୍ଗୁଆ ଓ ଚନ୍ଦ୍ର ମୋହନ ମୁଣ୍ଡୁରିଙ୍କ ନେତୃତ୍ୱରେ ଶହଶହ ଆଦିବାସୀ ପୁରୁଷ ଏବଂ ମହିଳା ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରାରେ ଆସି ଥାନା ସମ୍ମୁଖରେ ଧାରଣାରେ ବସିବା ସହ ମୃତ ବୁଧୁରାମଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଏବଂ ସ୍ତ୍ରୀକୁ ସରକାରୀ ଚାକିରି ପ୍ରଦାନ ଏବଂ ବୁଧୁରାମଙ୍କୁ ହତ୍ୟା କରିଥିବା ମହିଳା ଫରେଷ୍ଟର ଭାରତୀ କପରଦାର ଏବଂ ଅନ୍ୟ ବନ କର୍ମଚାରୀଙ୍କୁ ତୁରନ୍ତ ଚାକିରିରୁ ବରଖାସ୍ତ ଦାବି କରିଥିଲେ । ଖବରପାଇ ଏସ୍‌ଡ଼ିପିଓ ଯଶୋବନ୍ତ ସାମଲ ଥାନାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଏହା ହତ୍ୟା ନୁହେଁ ଦୁର୍ଘଟଣାଜନିତ ବୋଲି ତଦନ୍ତର ଫଳାଫଳ ଜଣାଇଥିଲେ ।
ମାତ୍ର ଆଦିବାସୀମାନେ ଏଥିରେ ସହମତି ନହୋଇ ହତ୍ୟାକାଣ୍ଡକୁ ଦୁର୍ଘଟଣାରେ ପରିବର୍ତ୍ତନ କରାଯାଉଥିବା ଅନୁଭବ କରି ଉପଜିଲ୍ଲାପାଳଙ୍କ ମାଧ୍ୟମରେ କ୍ରାଇମବ୍ରାଞ୍ଚ ସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେଇଥିଲେ । ପ୍ରକାଶ ଥାଉକି ଗତ ଡିସେମ୍ବର ମାସରେ ପାଲଲହଡ଼ା ଥାନା ଅନ୍ତର୍ଗତ ବତିସୁଆଁ ପଞ୍ଚାୟତ ସୋଲଡ଼ା ଗ୍ରାମର ବୁଧୁରାମ କୁଙ୍କାଲ ସନ୍ଧ୍ୟା ସମୟରେ ନିଜ ସ୍ତ୍ରୀ ପ୍ରମିଳା କୁଙ୍କାଲ ସହିତ ଜାଳେଣି କାଠ ଆଣିବା ପାଇଁ ପାଖ ଜଙ୍ଗଲକୁ ଯାଇଥିବାବେଳେ ପାଲଲହଡ଼ା ବନବିଭାଗର ଫରେଷ୍ଟର ଭାରତୀୟ କପରଦାର ଏବଂ ଅନ୍ୟ ସହଯୋଗୀମାନେ କାଠ ଆଣୁଥିବା ଦେଖି ଏମାନଙ୍କ ପିଛା କରିଥିଲେ । ଫଳରେ ଉଭୟେ ଭୟରେ ସେଠାରୁ ଦୌଡ଼ିଥିଲେ ଏବଂ ସ୍ତ୍ରୀ ପ୍ରମିଳା ଘରକୁ ଫେରିଆସିଥିଲେ । କିନ୍ତୁ ସ୍ୱାମୀ ବୁଧୁରାମ ଘରକୁ ଫେରିନଥିଲେ ଏବଂ ସକାଳୁ ବୁଧୁରାମଙ୍କ ମୃତ୍ୟୁ ହୋଇଥିବା ଏବଂ ତାଙ୍କ ମରଶରୀର ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଥିବା ଖବର ପାଇଥିଲେ । ବୁଧୁରାମଙ୍କ ମୁହଁରେ କ୍ଷତଚିହ୍ନ ଥିବାରୁ ବନବିଭାଗର କର୍ମଚାରୀମାନେ ଟଙ୍କା ପାଇଁ ସ୍ୱାମୀକୁ ପିଟି ପିଟି ମାରିଦେଇଥିବା ପ୍ରମିଳା ପାଲଲହଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅନ୍ୟପଟେ ସମାନ କଥାକୁ ଦୋହରାଇଛନ୍ତି ପାଲଲହଡ଼ା ରେଞ୍ଜର ଦୁର୍ଯ୍ୟୋଧନ ଜେରଇ । ବନବିଭାଗ କର୍ମଚାରୀମାନେ ପାଟ୍ରୋଲିଙ୍ଗ୍ କରୁଥିବାବେଳେ ବୁଧୁରାମ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖି ମାନବିକତା ଦୃଷ୍ଟିକୋଣରୁ ନିଜ ଗାଡ଼ିରେ ପାଲଲହଡ଼ା ଡାକ୍ତରଖାନାକୁ ଆଣିଥିଲେ ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ତାଙ୍କ ମୃତ୍ୟୁ ପାଇଁ ବନବିଭାଗ କୌଣସି ପ୍ରକାର ଦାୟୀ ନୁହେଁ ବୋଲି ରେଞ୍ଜର ଶ୍ରୀ ଜେରଇ କହିଛନ୍ତି ।
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking