34.1 C
Bhubaneswar
Friday, March 29, 2024
Homeଓଡିଶାନିହାତି ଆବଶ୍ୟକ ନଥିଲେ ଗିରଫ କରନାହିଁ: ହାଇକୋର୍ଟ

ନିହାତି ଆବଶ୍ୟକ ନଥିଲେ ଗିରଫ କରନାହିଁ: ହାଇକୋର୍ଟ

ଭୁବନେଶ୍ୱର: ସମଗ୍ର ଦେଶ ସମେତ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକ ଡାଉନ ଅବଧି ଶେଷ ହେବା ପରେ ଏବେ ଆରମ୍ଭ ହୋଇଯାଇଛି ତୃତୀୟ ପର୍ଯ୍ୟାୟ ଲକ ଡାଉନ । ସେଥିପାଇଁ ବିଭିନ୍ନ ମାମଲାକୁ ନେଇ ହାଇକୋର୍ଟ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । କୋର୍ଟ କହିଛନ୍ତି ଯେ,ଲକ ଡାଉନ ଅବଧିରେ ଯେଉଁ ମାମଲାର ଅନ୍ତରୀଣ ନିର୍ଦ୍ଦେଶ ସରୁଥିଲା, ତାହା ବଢିଲା । ସେହି ସବୁ ମାମଲାର ନିର୍ଦ୍ଦେଶନାମା ଜୁନ୍ ୧୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ନିହାତି ଆବଶ୍ୟକ ନଥିଲେ ଗିରଫ କର ନାହିଁ । ଏଥିପାଇଁ ପୋଲିସକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ୭ ବର୍ଷରୁ କମ୍ ସଜ୍ଜା ହେବାକୁ ଥିବା ମାମଲାରେ ଗିରଫ ନ କରିବାକୁ ମଧ୍ୟ କୋର୍ଟ କହିଛନ୍ତି । ଏଭଳି ନିର୍ଦ୍ଦେଶ ଦ୍ୱାରା ପୋଲିସର କ୍ଷମତା ସଂକୁଚିତ କରାଯାଉ ନାହିଁ ବୋଲି ମଧ୍ୟ କୋର୍ଟ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking