39.2 C
Bhubaneswar
Thursday, April 18, 2024
Homeଓଡିଶାନକିଲି ଜର୍ଦା ବେପାରୀ ଙ୍କୁ ଚଣ୍ଡିଖୋଲ ପୋଲିସ ଚେକିଂ ସମୟରେ ଧରିଲା  ଓ ବିପୁଳ...

ନକିଲି ଜର୍ଦା ବେପାରୀ ଙ୍କୁ ଚଣ୍ଡିଖୋଲ ପୋଲିସ ଚେକିଂ ସମୟରେ ଧରିଲା  ଓ ବିପୁଳ ପରିମାଣ ର ନକଲି ଜର୍ଦା କୁ ଜବଦ କଲା 

ଯାଜପୁର : ଜିଲ୍ଲାର ଚଣ୍ଡିଖୋଲ ଛକ ରୁ ନକଲି ଜର୍ଦା ର ବେପାରୀ ଙ୍କୁଚଣ୍ଡିଖୋଲ ପୋଲିସ ଗିରଫ କରିଛି l ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରିଛି । ଏଥି ରେ ସମ୍ପୃକ୍ତ ଥିବା ୩ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇ ଥିବା ନକିଲି ଜର୍ଦା ବେପାରୀ ମାନଂକୁ ଅଧିକ ତଥ୍ୟ ହାସଲ ପାଇଁ ପଚରାଉଚରା ଜାରି ରଖିଛି ପୋଲିସ

ଖବର ଅନୁଯାୟୀ, ଧାମନଗରରୁ କଟକ ଅଭିମୁଖେ ୨ଟି ବାଇକ୍‌ ଯୋଗେ ୩ଜଣ ନକଲି ଜର୍ଦ୍ଦାବେପାରୀ ଜର୍ଦା ନେଇ ଯାଉଥିଲେ । କୌଣସି ସୁତ୍ରରୁ ପୋଲିସ ଖବର ପାଇ ଯାଜପୁର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଚଣ୍ଡିଖୋଲ ଛକ ନିକଟରେ ଅଟକାଇଥିଲେ । ଚଣ୍ଡିଖୋଲ ଫାଣ୍ଡି ପୋଲିସ ଗାଡ଼ିକୁ ଚେକିଂ କରିବା ସମୟରେ ବିପୁଳ ପରିମାଣର ନକଲି ଜର୍ଦ୍ଦାପାକେଟ ଜବଦ କରିଛି ।

ଏହାସହ ଘଟଣାରେ ୩ଜଣଙ୍କୁ ଗିରଫ କରିବା ସହ ବାଇକ୍‌ ଜବତ କରିଛି ପୋଲିସ । ବିଭିନ୍ନ ନାମୀ ଦାମୀ କମ୍ପାନୀର ନକଲି ଜର୍ଦ୍ଦା ବ୍ରାଣ୍ଡ ବ୍ୟବହାର କରି ବିଭିନ୍ନ ସ୍ଥାନକୁ ବିକ୍ରି କରାଯାଇଥାଏ । ତେବେ ଜବତ ହୋଇଥିବା ନକଲି ଜର୍ଦ୍ଦାର ଆନୁମାନିକ ମୁଲ୍ୟ ୨ଲକ୍ଷ ଚଙ୍କା ହେବ ବୋଲି ଜଣାପଡିଛି । ଏ ସମ୍ପର୍କ ରେ ଅଧିକ ତଦନ୍ତ ଚାଲିଛି ବୋଲି ଯାଜପୁର ରୋଡ ଏସ୍‌ଡିପିଓ ଚିନ୍ମୟ ନାୟକ ବିଭିନ୍ନ ଗଣ ମାଧ୍ୟମ କୁ ସୂଚନା ଦେଇ ଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking