38.1 C
Bhubaneswar
Tuesday, April 23, 2024
Homeଅପରାଧଛତିଶଗଡ଼ରେ ପୁଲିସ ମାଓବାଦୀ ଗୁଳି ବିନିମୟ : ଜଣେ ମହିଳା ମାଓବାଦୀ ମୃତ,୨ ଯବାନ ଗୁରୁତ୍ୱର

ଛତିଶଗଡ଼ରେ ପୁଲିସ ମାଓବାଦୀ ଗୁଳି ବିନିମୟ : ଜଣେ ମହିଳା ମାଓବାଦୀ ମୃତ,୨ ଯବାନ ଗୁରୁତ୍ୱର

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ କଣ୍ଡେନାର ଓ କରିଆମେଟା ମଧ୍ୟରେ ଥିବା ବୁର୍ଗମ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଆଜି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମହିଳା ମାଓବାଦୀର ମୃତ୍ୟୃ ଘଟିଛି । ଏହି ଘଟଣାରେ ୨ ଜଣ ଜବାନ ଗୁରୁତ୍ୱର ଆହତ ହୋଇଥିବା ଜଣାପଡ଼ିଛି । ସୁରକ୍ଷା କର୍ମିଙ୍କ ଦ୍ୱାରା ଅପରସନ କରାଯାଉଥିବା ବେଳେ ମାଓବାଦୀମାନେ ଦେଖି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବା ସହ ଜବାନମାନଙ୍କ ଉପରେ ଗୁଳି ଚାଳନା କରିଥିଲେ । ଏହାର ପ୍ରତି ଜବାବରେ ଜବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ । ଏଥିରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ଏସଏଲଆର ବନ୍ଧୁକ, ଗୋଟିଏ ୧୨ ବୋର ବନ୍ଧୁୁକ ଜବାନମାନେ ଜବତ କରିଛନ୍ତି । ଗୁରୁତ୍ୱର ଆହତ ଜବାନଙ୍କ ମଧ୍ୟରେ ଜଣେ ଏସଟିଏଫ ଓ ଜଣେ ଡିଆରଜି ଯବାନ ଥିବା ଜଣାପଡ଼ିଛି । ସେମାନଙ୍କୁ ଜଙ୍ଗଲରୁ ସୁରକ୍ଷିତ ଭାବେ ବାହାର କରିବାକୁ ଚେଷ୍ଟା କରାଯାଉଥିବା ନାରାୟଣପୁର ଏସପି ମୋହିତ ଗର୍ଗ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking