28.1 C
Bhubaneswar
Thursday, March 28, 2024
Homeଓଡିଶାପୁଲିସ-ମାଓବାଦୀ ଗୁଳି ବିନିମୟ

ପୁଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି : ମାଲକାନଗିିରି ଜିଲାରେ ପୁଣି ଲାଲ୍‌ବାହିନୀ ସକ୍ରିୟ ହୋଇଛି। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ର ନିକଟସ୍ଥ ଦଲଦଲିଠାରେ ମାଓବାଦୀମାନେ ଏକତ୍ରିତ ହୋଇ ଅଘଟଣ ଘଟାଇବା ନେଇ ଯୋଜନା କରୁଥିବା ଖବର ପାଇ ଗତ ୨ ଦିନ ଧରି ଏସ୍‌ଓଜି ଯବାନମାନେ କୋମ୍ବିଂ ଅପରେଶନ ଚଳାଇଥିଲେ। ବୁଧବାର ଉଭୟ ପକ୍ଷ ମୁହଁ।ମୁହିଁ ହୋଇଥିଲେ। ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୋଲିସ ସହ ମୁକାବିଲା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ପୋଲିସ ମାଓବାଦୀ ପୋଷାକ, କିଟ୍‌ବ୍ୟାଗ୍‌, ବିସ୍ଫୋରକ ସାମଗ୍ରୀ, ସୋଲାର ଓ ଖାଦ୍ୟ ସାମଗ୍ରୀ ଜବତ କରିଥିବା ଏସ୍‌ପି ରିଷିକେଶ ଡି.ଖିଲାରି କହିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଛି।
https://onakhabar.com/2020/04/23/dead-81/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking