31.1 C
Bhubaneswar
Friday, March 29, 2024
Homeଓଡିଶାରାଜଧାନୀରେ ରାସ୍ତାକୁ ବାହାରି ଥିବାରୁ ୭୭ଜଣଙ୍କୁ ଟେକିନେଲା ପୁଲିସ

ରାଜଧାନୀରେ ରାସ୍ତାକୁ ବାହାରି ଥିବାରୁ ୭୭ଜଣଙ୍କୁ ଟେକିନେଲା ପୁଲିସ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ୪୮ ଘଣ୍ଟିଆ ସଟ୍ ଡାଉନ୍ ଜାରି ରହିଥିବା ବେଳେ ଏହି କଟକଣାକୁ ଭାଙ୍ଗିଥିବା ଅଭିଯୋଗରେ ରାଜଧାନୀରେ ରାସ୍ତାକୁ ବାହାରି ଥିବାରୁ ୭୭ଜଣଙ୍କୁ ଟେକିନେଲା ପୁଲିସ । ୪୫ ଜଣ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ଦିଆଯାଇଛି। ଅନ୍ୟ ୩୨ଜଣଙ୍କୁ ପୁଲିସ ଅଟକ ରଖିଛି ବୋଲି ସୂଚନା ମିଳିଛି । ଏନେଇ ଡିସିପି ପକ୍ଷରୁ ସୂଚନା ମିଳିଛି । କରୋନା ମୁକାବିଲା ପାଇଁ ଶୁକ୍ରବାର ରାତି ୮ଟାରୁ ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକ ସହିତ ଭଦ୍ରକରେ ୪୮ ଘଣ୍ଟିଆ ସଟ୍ ଡାଉନ୍ ଲାଗୁ ହୋଇଛି। ଶୁକ୍ରବାର ରାତି ୮ଟାରୁ ଆରମ୍ଭ ହୋଇଥିବା ଏହି ସଟ୍ ଡାଉନ୍ ରବିବାର ରାତି ୮ଟା ଯାଏ ଚାଲିବ। ସଟ୍ ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତଙ୍କୁ କୁହାଯାଇଛି। ଏଥିପାଇଁ ରାଜଧାନୀର ବିଭିନ୍ନ ଛକ, ରାସ୍ତା ଓ ଗଳିରେ ଫୋର୍ସ ମୁତୟନ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking