28.1 C
Bhubaneswar
Friday, March 29, 2024
Homeଓଡିଶାପୂର୍ବ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

ପୂର୍ବ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ପୋଲିସ

ଯାଜପୁର:
ଯାଜପୁର ଟାଉନ ଥାନା ଭେଲଙ୍ଗ ଗ୍ରାମରେ ଗତ ୧୭ ତାରଖରେ ରାତିରେ ଘଟିଥିବା ଏକ ହତ୍ୟାକାଣ୍ଡ ର ପର୍ଦ୍ଦାଫାସ କରିଛି ପୋଲିସ । ଟଙ୍କା ନେଣଦେଣକୁ ଦେଇ ସେହି ଗ୍ରାମର ୨ ଜଣ ଯୁବକ  ହତ୍ୟାକାଣ୍ଡ ଘଟାଇଥିବା  ସ୍ବୀକାର କରିଛନ୍ତି । ପୋଲିସ ୨ ଅଭିଯୁକ୍ତ ବିରଞ୍ଚି ମଳିକ ଓ ଅଜୟ ମଳିକକୁ ଆଜି କୋର୍ଟ ଚାଲାଣ କରିଛି । ଗତ ୧୭ ତାରିଖ ରାତିରେ ଭେଲଙ୍ଗ ଗ୍ରାମର  ମାଛ ବ୍ୟବସାୟୀ ଟୁଟୁନ ମଳିକ  ବୋତଲରେ ପେଟ୍ରୋଲ ଆଣିବାକୁ  ସାଇକେଲ ଯୋଗେ ପେଟ୍ରୋଲ ଟାଙ୍କିକୁ ରାତି ପ୍ରାୟ ୮ ସମୟରେ ଯାଇଥିଲା । ହେଲେ ରାସ୍ତାରେ ରକ୍ତ ଜୁଡୁବୁଡୁ  ଅବସ୍ଥାରେ ଟୁଟୁନ ପଡିଥିବା ଦେଖି  ଲୋକେ ଦେଖି ତାର ପରିବାର ଓ ପୋଲିସକୁ ଖବର ଦେବା ସହ ତାକୁ ମେଡିକାଲ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା ଏବଂ ପ୍ରାଥମିକ ତଦନ୍ତରେ ଏହା ଏକ ସଡ଼କ ଦୀର୍ଘଟଣା ଜନିତ ମୃତ୍ୟୁ ବୋଲି ପୋଲିସ ଅନୁମାନ କରିଥିଲା । ହେଲେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଥାନାରେ ତାର ବାପା ଅଭିଯୋଗ କରିଥିଲେ । ପୋଲିସ ଏକ ହତ୍ୟାମାମଲା ରୁଜୁ କରି ସାଇନଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରେ ସେହି ଗ୍ରାମର ବିରଞ୍ଚି ଓ ଅଜୟ କୁ ପୋଲିସ ଥାନାକୁ ଆଣି ପଚରା ଉଚରା କରିଥିଲା  । ଟଙ୍କା ନେଣଦେଣ କୁ ନେଇ ସେମାନେ ତାକୁ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking