28.1 C
Bhubaneswar
Thursday, March 28, 2024
Homeଓଡିଶାମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲା ଅବସରପ୍ରାପ୍ତ ପୁଲିସ ଅଫିସର ସଂଘ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲା ଅବସରପ୍ରାପ୍ତ ପୁଲିସ ଅଫିସର ସଂଘ

ଭୁବନେଶ୍ୱର: ଏବେ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଛି ଆତ୍ମଘାତୀ ଭାଇରସ କରୋନା । ସେଥିପାଇଁ ସାରା ବିଶ୍ୱକୁ ଏବେ ଲକ୍ ଡାଉନ ଘୋଷଣା କରାଯାଇଛି । ଲୋକମାନେ ଯେପରି ଘରୁ ନବାହାରିବେ ସେଥିପାଇଁ ରାଜ୍ୟରେ ଦିନରାତି ପଇଁତରା ଦେଉଛି ପୋଲିସ । ସରକାରଙ୍କ ଇନଷ୍ଟ୍ରକସନ ଓ ଗାଇଡଲାଇନକୁ ସଠିକ ରୂପେ ପୋଲିସ ଅଧିକାରୀ ଲୋକଙ୍କ ପାଖରେ ପହଂଚାଉଛନ୍ତି । କରୋନା କବଳରୁ ସୁରକ୍ଷିତ ରହିବା ପାଇଁ ପୋଲିସ ବିଭାଗର ଅନେକ ଉଚ୍ଚ ପଦାଧିକାରୀ ମଧ୍ୟ ଲୋକଙ୍କୁ ସଚେତନ କରିବାରେ କୌଣସି ହେଳା କରୁନାହାନ୍ତି । ସାଧାରଣଭାବେ କରୋନାରୁ ରକ୍ଷା ପାଇବା ପାଇଁ ସମସ୍ତେ ମାସ୍କ ପରିଧାନ କରି ସାନିଟାଇଜରରେ ହାତ ଧୋଇବାକୁ ପରାମର୍ଶ ଦେଉଥିବା ସରକାର ପୋଲିସର ସୁରକ୍ଷାକୁ ଆଉ ଟିକିଏ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଓଡିଶା ରିଟାୟାର୍ଡ ପୋଲିସ ଅଫିସର୍ସ ଓଲଫେୟାର ଆସୋସିଏସନ (ଟିଓଆରପିଓଡବ୍ଲୁଏ) ର ଅର୍ଗାନାଇସିଙ୍ଗ୍ ସେକ୍ରେଟାରୀ ଶ୍ରୀ ନୀଳମୋହନ ତ୍ରିପାଠୀ । ଜନତାଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଆରକ୍ଷୀ ଅଧିକାରୀଙ୍କୁ ସୁରକ୍ଷାକାରୀ ଉପକରଣ ସହ ଫ୍ୟାମିଲି ପେନସନ୍ ଓ ଆର୍ଥିକ ପ୍ରୋତ୍ସାହନ ଦିଆଗଲେ ସେମାନେ ଅଧିକ ଉପକୃତ ହେବେ ବୋଲି ସେ ଉଲ୍ଲେଖ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking