40.1 C
Bhubaneswar
Thursday, April 25, 2024
Homeଓଡିଶାମାନବିକତା ଭୁଲିଗଲା ପୋଲିସ

ମାନବିକତା ଭୁଲିଗଲା ପୋଲିସ

ସୋରଡା: କରୋନା ସଂକ୍ରମଣର ମୁକାବିଲାକୁ ନେଇ ଘଡିସନ୍ଧି ସମୟ ଦେଇ ଗତି କରୁଛି ଦେଶ। ମୁକାବିଲା ପାଇଁ ଏକଜୁଟ ହୋଇଛନ୍ତି ଦେଶବାସୀ। ସରକାରୀ ହେଉକି ବେସରକାରୀ ସଂସ୍ଥା ନିଜନିଜ ସ୍ତରରେ ରହି ସାଧାରଣ ଜନତାଙ୍କୁ ସଚେତନ କରି ସୁରକ୍ଷିତ ରହିବାକୁ ପରାମର୍ଶ ଦେଇ ସତର୍କତାର ବାର୍ତ୍ତା ପହଞ୍ଚାଉଛନ୍ତି। ଏହାର ସଫଳ ମୁକାବିଲା କରିବାକୁ ଭାରତ ସରକାର ଜାତୀୟ ବିପତ୍ତି ଘୋଷଣା କରି ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା ସହିତ କଡାକଡି କରି ୨୧ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି। ଏମିତିକି ଅନାବଶ୍ୟକ ସ୍ଥଳେ ଘରୁ ବାହାରକୁ ନ ବାହାରିବାକୁ ସାଧାରଣ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ସହିତ କରୋନା ସଂକ୍ରମଣର ଭୟାବହ ପରିଣାମ ସମ୍ପର୍କରେ ସଚେତନ କରାଯାଉଛି। ଆଉ ଗହଳି ନିୟନ୍ତ୍ରଣ କରିବାକୁ ସରକାର ପୋଲିସ ମୁତୟନ କରିଥିବା ବେଳେ ଗଣମାଧ୍ୟମ ଖବର ପ୍ରସାରଣ ମାଧ୍ୟମରେ ଜନସଚେତନତା ସୃଷ୍ଟି କରିବାର ଗୁରୁଦାୟିତ୍ବ ନିର୍ବାହ କରୁଛି। ଉଭୟ ବିଭାଗ ନିଜନିଜ ସ୍ତରରେ ରହି ଦାୟିତ୍ବ ଶୃଙ୍ଖଳାର ସହିତ ସମ୍ପାଦନ କରି ସରକାରଙ୍କ ଦ୍ଵାରା ପ୍ରଶଂସିତ ହେଉଛନ୍ତି। କିନ୍ତୁ ମୁଷ୍ଟିମେୟ ପୋଲିସ କର୍ମଚାରୀ ଏହି ସମୟର ଦୁରୂପଯୋଗ କରି ସ୍ବେଚ୍ଛାଚାରି ହେଉଥିବା ଅଭିଯୋଗ ହେଉଛି। ଆଉ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଛି। ତେବେ କରୋନା ସଂକ୍ରମଣକୁ ରୋକିବାରେ ପୋଲିସ ବିଭାଗର ଉଦ୍ୟମ ଏବଂ ପରିଶ୍ରମ ବାସ୍ତବରେ ବେଶ ପ୍ରଶଂସନୀୟ କିନ୍ତୁ ଅବୈତନିକ ଭାବେ କାମ କରି ସାମ୍ବାଦିକଟିଏ ଏନେଇ ଖବର ମାଧ୍ୟମରେ ଲୋକଙ୍କ ପାଖରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ଦିଗରେ ମଧ୍ୟ ବେଶ ପରିଶ୍ରମ କରିଥାଏ।

ଦେଖିବାକୁଗଲେ ସାମ୍ବାଦିକ ଓ ପୋଲିସ ଉଭୟଙ୍କର ଉଦ୍ଦେଶ୍ୟ ମହତ। ହେଲେ କିଛି ପୋଲିସ କର୍ମଚାରୀ ନିଜକୁ ବଡ ଦେଖେଇବାକୁ ଯାଇ ଦାୟିତ୍ବବଦ୍ଧତା ପ୍ରତି ତାଙ୍କର ଅଙ୍ଗୀକାର ଭୁଲିଯାଇ ପରିଚୟ ପ୍ରଦାନ ସହ ପ୍ରମାଣ ଉପସ୍ଥାପନ ସତ୍ତ୍ୱେ ନୀରିହ ସାମ୍ବାଦିକକୁ ଆକ୍ରମଣ କରି ଉଦ୍ଦେଶ୍ୟମୁଳକ ଭାବେ ଘାଇଲା କରିବାରେ କଣ ବାହାଦୂରୀ। ତେବେ ଏଭଳି ହୀନମନଭାଵ ନିହାତି ନିନ୍ଦନୀୟ। ଆହତ ସାମ୍ବାଦିକ ଭଳି ଦେଶ ଓ ସମାଜ ପାଇଁ ମାଗଣାରେ ଖଟିବାକୁ ଚାକିରୀ ଛାଡି ଆଗେଇ ଆସି ସରକାରଙ୍କ କିଛି ଅର୍ଥ ବଞ୍ଚାଇବା ଦିଗରେ ପଦକ୍ଷେପ ନେଇ ପାରିଲେ ସମସ୍ତେ ପ୍ରଶଂସା କରିବା ସହିତ ବାହାଦୂର କହିବେ। ତେବେ ଆଜି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ପୋଲିସ କର୍ମଚାରୀ ଭାବେ କାର୍ଯ୍ୟରତ ASI ଶ୍ରୀ ପାଣିଗ୍ରାହୀ ବର୍ବରତାର ସୀମାଟପି ସାମ୍ବାଦିକଙ୍କ ଉପରେ କରିଥିବା ଆକ୍ରମଣ ଘଟଣାକୁ ସବୁ ମହଲରେ ଦୃଢ ନିନ୍ଦା କରାଯାଇଛି । ତେବେ ଗଣମାଧ୍ୟମ ସାମ୍ବାଦିକ ବିଶ୍ୱବନ୍ଧନ ବେହେରା ନଳଗଜାରୁ ମାସିକ ପେପର ଵିଲ ଆଦାୟ ନେଇ ଫେରୁଥିବା ବେଳେ ସବାନଡିହ ଠାରେ ରାସଗୋବିନ୍ଦପୁର ବିଡ଼ିଓ ଙ୍କ ଗାଡି ଛିଡା ହୋଇଥିବା ସହିତ କିଛି ପୋଲିସ ଅଧିକାରୀ ମଧ୍ୟ ଥିଲେ । ଉକ୍ତ ସାମ୍ବାଦିକଙ୍କୁ ଅଟକାଇ କିଛିନବୁଝି ହାତରେ ଧରିଥିବା ମୋବାଇଲକୁ ଛଡାଇ ଆଣିଥିଲେ । ସାମ୍ବାଦିକ ତାଙ୍କ ପରିଚୟ ପତ୍ର ଦେଖାଇବାରୁ ପୋଲିସ ଏସ ଆଇ ଏ କେ ପାଣିଗ୍ରାହୀ ବିଡ଼ିଓ ଙ୍କ ଉପସ୍ଥିତିରେ ଖରାପ ଭାଷାରେ ଗାଳିଗୁଳଜ କରିବା ସହିତ ନିସ୍ତୁକ ମାଡ ମାରିଚାଲିଥିଲେ ବୋଲି ଅଭିଯୋଗ କରିଛନ୍ତି ସାମ୍ବାଦିକ। ଫଳରେ ତାଙ୍କ ହାତ ଫାଟି ରକ୍ତ ବାହାରୁଥିବା ସହିତ ପିଠିରେ ମାଡର ଚିହ୍ନ ଦେଖାଯାଇଛି । ପୋଲିସ ମାଡ଼ରେ ଆହତ ସାମ୍ବାଦିକ ବିଡ଼ିଓଙ୍କୁ ଅଭିଯୋଗ କରି କହିବାରୁ ବିଡ଼ିଓ କିଛିନଶୁଣି ଗାଡିରେ ତରବରରେ ଘଟଣାସ୍ଥଳରୁ ପଳାଇବା ଏକ ଦୁଃଖଦ ଘଟଣା ବୋଲି ଅଭିଯୋଗ ହେଉଛି। ଅନ୍ୟପଟେ ସରକାରଙ୍କ ପକ୍ଷରୁ ଏଥିପାଇଁ ସ୍ପଷ୍ଟ ନିର୍ଦ୍ଦେଶାବଳୀ ରହିଥିବା ସତ୍ତ୍ୱେ ଏକ୍ଷେତ୍ରରେ ସମ୍ପୃକ୍ତ ASI ଖୋଲାଖୋଲି ଉଲଂଘନ ଦେଖି ମଧ୍ୟ ପ୍ରଶାସନର ସ୍ଥାନୀୟ ଅଧିକାରୀ ପ୍ରତିବାଦ କରିବା ବଦଳରେ ନୀରବ ସମର୍ଥନ ଦେବା ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତାପ୍ରକଟ କରାଯାଇଛି। ଡାକ୍ତର, ପୋଲିସ, ପ୍ରଶାସନ ଓ ସାମ୍ବାଦିକ କରୋନା ପାଇଁ ବେଶ ତତ୍ପର ହୋଇ କାମ କରୁଥିବା ବେଳେ ନିର୍ଦ୍ଦିଷ୍ଟ ପୋଲିସ ଅଧିକାରୀଙ୍କ ଆଚରଣ ପାଇଁ ପୁରା ପୋଲିସ ବିଭାଗ ବଦନାମ ନ ହେଉ ଏବଂ ଉକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛି ସାମ୍ବାଦିକ ସଂଘ ଓ ବୁଦ୍ଧିଜୀବୀ ମାନେ । ଏନେଇ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଥିଲା ବେଳେ ଫୋନ ଯୋଗେ ଆକ୍ରମଣକାରୀ ASI କିମ୍ୱା ଆଇଆଇସିଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ଫୋନ ଉଠାଇନଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking