34.1 C
Bhubaneswar
Thursday, April 25, 2024
Homeଓଡିଶାଭୁବନେଶ୍ୱରରାଇମୋହନଙ୍କ ଘରେ ପହଞ୍ଚିଲା ପୋଲିସ

ରାଇମୋହନଙ୍କ ଘରେ ପହଞ୍ଚିଲା ପୋଲିସ

ଭୁବନେଶ୍ୱର: ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ମାମଲାକୁ ନେଇ ବଢିବାରେ ଲାଗିଛି ଚର୍ଚ୍ଚା । ରାଇମୋହନଙ୍କ ଆତ୍ମହତ୍ୟା ମାମଲା ଉପରୁ ପରଦା ଉଠାଇବା ପାଇଁ ତଦନ୍ତ କାର୍ଯ୍ୟକୁ ଜୋରଦାର କରିଛି ମଞ୍ଚେଶ୍ୱର ପୋଲିସ । ଅନେକ ଲୋକଙ୍କ ଭିନ୍ନ ମତ ଏବଂ କାରଣ ଯୋଗୁଁ ଏବେ ସନ୍ଦେହ ଘେରକୁ ଆସିଛି ରାଇମୋହନଙ୍କ ମୃତ୍ୟୁ ମାମଲା ।ତେଣୁ ତଦନ୍ତ ପାଇଁ ଆଜି ଅଭିନେତାଙ୍କ ଘରେ ପହଞ୍ଚିଛି ମହିଳା ପୋଲିସ । ମଞ୍ଚେଶ୍ୱର ଥାନା ଅଧୀନସ୍ଥ ପ୍ରାଚୀ ବିହାର ବାସଭବନରେ ମହିଳା ପୋଲିସ ପହଞ୍ଚି ତଦନ୍ତ ଚାଲୁ ରଖିଛି । ୪ ଜଣିଆ ପୋଲିସ ଟିମ ଏହି ତଦନ୍ତରେ ସାମିଲ ହୋଇଛନ୍ତି । ଅଭିନେତାଙ୍କ ମୃତ୍ୟୁ ମାମଲାକୁ ନେଇ ରାଇମୋହନଙ୍କ ପତ୍ନୀ, ଦୁଇ ଝିଅ-ଜ୍ୱାଇଁ ଏବଂ ପୁତୁରାଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ । ତେବେ ଘଟଣା ଏବେ କେଉଁ ମୋଡ ନେଉଛି ନା ପୋଲିସକୁ କିଛି ସୁରାଗ ମିଳୁଛଇ ତାହା ଉପରେ ସମସ୍ତଙ୍କ ନଜର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking