ଯାଜପୁର : ଯାଜପୁର ଥାନା ଅଂଚଳ ରେ ବଢି ଚାଲିଥିବା ଚୋରୀର ମାଷ୍ଟର ମାଇଣ୍ଡକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଦେବେନ୍ଦ୍ର ପରିଡା ନାମକ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ପୋଲିସ । ଏହି ଗ୍ୟାଙ୍ଗ ରାତି ହେଲେ ପୋଲିସ ଆଖିରେ ଧୁଳି ଦେଇ ବଡ ବଡ ବ୍ୟବସାୟିଙ୍କ ଗୋଦାମ ଭାଙ୍ଗି ବିଭିନ୍ନ ଦାମୀ ଖାଦ୍ୟ ସାମଗ୍ରୀ ଚୋରୀ କରୁଥିଲେ । ଗତ ପନ୍ଦର ଦିନ ମଧ୍ୟରେ ୩ଟି ମାମଲା ରୁଜୁ ହୋଇଥିଲା । ଯାଜପୁର ଭାରପ୍ରାପ୍ତ ଥାନା ଅଧିକାରୀ ମାନସ ଚକ୍ରଙ୍କ ନେତୃତ୍ବରେ ଏହି ଗ୍ୟାଙ୍ଗର ମୁଖ୍ୟକୁ ଗିରଫ କରାଯିବା ସହ ଅନେକ ଚୋରି ସାମଗ୍ରୀ ଜବତ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଆହୁରି ଦୁଇ ଜଣ ଫେରାର ହୋଇଯାଇ ଥିବାରୁ ସେମାନଙ୍କୁ ଗିରଫ କରାଯିବା ସହ ବାକି ଚୋରୀ ସାମଗ୍ରୀ ଜବତ କରାଯିବା ଲାଗି ଉଦ୍ୟମ କରାଯାଉଥିବା ଯାଜପୁର ଏସଡିପିଓ କହିଛନ୍ତି ।