27.1 C
Bhubaneswar
Thursday, October 6, 2022
Homeଅପରାଧଦିଲ୍ଲୀ ରେଳ ଷ୍ଟେସନରେ ମହିଳାଙ୍କୁ ଗଣଦୁଷ୍କର୍ମ, ୪ ଜଣଙ୍କୁ ଗିରଫ କଲା ପୋଲିସ

ଦିଲ୍ଲୀ ରେଳ ଷ୍ଟେସନରେ ମହିଳାଙ୍କୁ ଗଣଦୁଷ୍କର୍ମ, ୪ ଜଣଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ରେଳ ଷ୍ଟେସନରୁ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ କରାଯାଇଛି । ଷ୍ଟେସନ ପ୍ଲାଟଫର୍ମରେ ତିଆରି ଏକ କୋଠରୀ ଭିତରେ କିଛି ରେଲୱେ କର୍ମଚାରୀ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ୪ ଜଣ କର୍ମଚାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ଦୁଇ ଜଣ ସେଠାରେ ଉପସ୍ଥିତ ଥିବା ପୀଡିତା ପୋଲିସ ଆଗରେ କହିଛନ୍ତି । ବର୍ତ୍ତମାନ ରେଲୱେ ପୋଲିସ ପୁରା ଘଟଣାର ଛାନଭିନ୍ କରୁଛି । ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ଜଣେ ଯୁବକଙ୍କ ସହ ସମ୍ପୃକ୍ତ ୨୮ ବର୍ଷୀୟା ମହିଳାଙ୍କ ପରିଚୟ ହୋଇଥିଲା । ଯୁବକ ଜଣକ ନିଜକୁ ରେଲୱେ କର୍ମଚାରୀ ବୋଲି କହିଥିଲେ ।

ଏହାପରେ ଗତ ଗୁରୁବାର ରାତିରେ ସେ ମହିଳାଙ୍କୁ ଦେଖା କରିବା ବାହାନାରେ ଷ୍ଟେସନକୁ ଡକାଇଥିଲେ ଏବଂ ତାଙ୍କୁ ୮-୯ ନଂ ପ୍ଲାଟଫର୍ମରେ ଥିବା କୋଠରୀ ଭିତରକୁ ନେଇଯାଇଥିଲେ । କିଛି ସମୟ ପରେ ଯୁବକଙ୍କ ଆଉ ତିନି ଜଣ ସାଙ୍ଗ ସେଠାରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଦୁଷ୍କର୍ମ କରିଥିଲେ ଏବଂ ତାଙ୍କୁ ଧମକ ଦେଇ ବାହାର କରି ଦେଇଥିବା ମହିଳା ଅଭିଯୋଗ କରିଛନ୍ତି ।ଏନେଇ ପୀଡିତା ମହିଳା ପୋଲିସ୍‌କୁ କଲ୍ କରି ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫଦାରୀ ସମୟରେ ସମସ୍ତେ ନିଶାସକ୍ତ ଥିବାର ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking