39.8 C
Bhubaneswar
Thursday, April 18, 2024
Homeଓଡିଶାଢିଙ୍କିଆରେ ପୋଲିସ- ଗ୍ରାମବାସୀ ମୁହାଁମୁହିଁ

ଢିଙ୍କିଆରେ ପୋଲିସ- ଗ୍ରାମବାସୀ ମୁହାଁମୁହିଁ

ଢିଙ୍କିଆ: ଢିଙ୍କିଆରେ ଥମୁନି ପୋଲିସର ଦବଙ୍ଗଗିରି। ମିଥ୍ୟା କେଶରେ ଫଶାଇ ଗ୍ରାମବାସୀକୁ ଗିରଫ କରୁଛି ପୋଲିସ। ଗତକାଲି ଜୋର୍ ଜବରଦସ୍ତ ପାନ ବରଜ ଭାଙ୍ଗିବାକୁ ବିରୋଧ କରିବାରୁ ୩ ଜଣଙ୍କୁ ବଳ ପୂର୍ବକ ଉଠାଇ ନେଇଛି ପୋଲିସ। ଏହି ଘଟଣାକୁ ନେଇ ଆଜି ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଖୋଳା ଯାଇଥିବା ଢ଼ିଙ୍କିଆ ରାସ୍ତାକୁ ପୋଲିସ ପ୍ରଶାସନ ଜେସିବି ଲଗାଇ ପୋତିବା ସହ ପାଟଣା ପଟ ଢ଼ିଙ୍କିଆ ଗେଟ୍ ସାମ୍ନାରେ ଜେସିବି ଗାଡିକୁ ରଖାଯାଇଥିଲା। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

ଜେଏସଡବ୍ଲୁ କମ୍ପାନୀ ନେଇ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢ଼ିଙ୍କିଆ ଅଞ୍ଚଳରେ ଦିନକୁ ଦିନ ବିଭିନ୍ନ ପ୍ରକାରର ଘଟଣାକ୍ରମ ଦେଖିବାକୁ ମିଳୁଛି। ଆନ୍ଦୋଳନ ଗଡ଼ ଢ଼ିଙ୍କିଆକୁ ଚାରି ପଟୁ ପୋଲିସ ଘେରାବନ୍ଦି କରି ସେପଟେ ଶହ ଶହ ପୋଲିସ ବଳରେ ପାନ ବରଜ ଭାଙ୍ଗୁଥିବା ଆନ୍ଦୋଳନକାରୀ ମାନେ ଅଭିଯୋଗ ଆଣିଛନ୍ତି। ଯିଏ ଗାଁ ବାହାରକୁ କୌଣସି ଜରୁରୀ କାମରେ ଯାଉଛନ୍ତି,ତାଙ୍କୁ କଳଚାପା କରି ଥାନାକୁ ଡ଼କାଇ ବରଜ ଭଙ୍ଗାଇବ ନା କୋର୍ଟ ଫରୱାର୍ଡ କରାଯିବ ବୋଲି କେସର ଧମକ ଦିଆଯାଉଛି। ପରବର୍ତ୍ତୀ ଅବସ୍ଥାରେ ତାଙ୍କ ସ୍ୱାକ୍ଷର ନେଇ ପାନ ବରଜ ଭାଙ୍ଗି ସ୍ୱତ୍ତ ପ୍ରବୃତ୍ତ ଭାବେ ପ୍ରଶାସନ ପାନ ବରଜ ଭାଙ୍ଗୁଥିବା ସଫେଇ ରଖୁଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking