39.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗପୋଲିସ ଓ ସରପଞ୍ଚ ସ୍ୱାମୀ ଙ୍କ ନିର୍ଯାତନା ବିଷ ପିଇ ଯୁବକ

ପୋଲିସ ଓ ସରପଞ୍ଚ ସ୍ୱାମୀ ଙ୍କ ନିର୍ଯାତନା ବିଷ ପିଇ ଯୁବକ

ଯାଜପୁର : ଯାଜପୁର ପୋଲିସ ଓ ସରପଞ୍ଚ ସ୍ୱାମୀଙ୍କ ନିର୍ଯାତନା ସହି ନପାରି ସଞ୍ଜୟ କୁମାର ନାୟକ (39) ନାମକ ଯୁବକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରି ଏବେ ଗୁରୁତର ଅବସ୍ଥାରେ ମେଡିକାଲ ଜୀବନ ସହ ସଂଗ୍ରାମ କରୁଛି । ସୂଚନା ଯୋଗ୍ୟ ଯେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅନ୍ତଗର୍ତ ବାରଦୁଆପଦା ଗ୍ରାମର ଶିଶିର ନାୟକଙ୍କ ପୁତ୍ର ସଞ୍ଜୟ ନାୟକ ଚିରଜୀବି ସୁଜା ପଦା ମଧ୍ୟଇଂରାଜୀ ସ୍କୁଲରେ 5ମ ଶ୍ରେଣୀ ପାଠ ପଢେ । ଚିରଜୀବିକୁ ଷୋଳମପୁର ସରପଞ୍ଚଙ୍କ ସ୍ୱାମୀ ପପୁ ଯେନା ସ୍କୁଲରେ ଭିତରେ ପଶି ମାଢ଼ ମାରି ଥିବା ର ଗତ 22 ତାରିଖରେ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ ହୋଇ ଥିଲା । ଏହା ପୂର୍ବରୁ ଭଣ୍ଡାରିପୋଖରୀ ଶିକ୍ଷା ଦିଶ 18 ତାରିଖରେ ଏ ସମ୍ପର୍କ ରେ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରି ଏହି କେଶଟିକୁ ରାଜନୈତିକ ଚାପରେ ସରପଞ୍ଚଙ୍କ ସମୀକୁ ସୁରକ୍ଷା ଦେବା ପାଇଁ ରଫାଦଫା କରି ଦେବାକୁ ବାଧ୍ୟ କରିଥିଲେ । ସଞ୍ଜୟକୁ ଥାନାରେ ଅଟକ ରଖି ଧମକ ଚମକ ଦେହି ରଫା ଦଫା ନକଲେ ଓଲଟା ତୁମ ନାମରେ କେଶ କରିବା ସଂଗେ ପୁଅ ଭବିଷ୍ୟତକୁ ନଷ୍ଟ କରି ଦେବି । ଥାନା ଅଧିକାରୀଙ୍କ ଅପମାନ ସହ୍ୟ ନ ପାରି ଥାନାରୁ ଆସି ଛତାବର ବଜାରରୁ ବିଷ କିଣି ଆଣି ପଡିଆରେ ବିଷ ପିଇ ଦେଇ ଥିଲେ । ସେ ମୁମୁସ ଅବସ୍ଥାରେ ପଡ଼ିଥିଲେ ସେହି ବାଟଦେହି ଯାଉ ଥିବା ସନ୍ତୋଷ ପୁହାଣ ନାମକ ଯୁବକ ସଞ୍ଜ ର ଅବସ୍ଥା ଦେଖି ସଂଗେ ସଂଗେ ଯାଜପୁର ହସ୍ପିଟାଲକୁ ଚିକିତ୍ସା ପାଇଁ ବତ୍ତ୍ରୀ କରି ତାଂକ ଘରକୁ ଖବର ଦେହିଥିଲେ । 2 ଦିନ ଧରି ଚିକିତ୍ସା ହେହୁ ଥିଲେ ମଧ୍ୟ ସୁଧାର ଆସୁ ନାହଁ । ଜୀବନ ସହ ସଂଗ୍ରାମ କରୁଛନ୍ତି ଏଥିପାଇଁ ଦାୟୀ କିଏ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ରାଜ୍ୟ ସରକାରଙ୍କ 5ଟି କାର୍ଯ୍ୟ କର୍ମ ଧର୍ମକୁ ଆଖି ଠାର । ଭଦ୍ରକ ଏସପି ଓ ପୋଲିସ ମହାନିର୍ଦ୍ଦେଶକ ଏହାର ବିଧିବଦ୍ଧ ତଦନ୍ତ କରି ଥାନା ଅଧିକାରୀ, ସରପଞ୍ଚ ସ୍ୱାମୀ ଅଭିଯୋଗ ହୋଇ ଥିବା ବେକ୍ତି ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଗଲେ 5ଟି ଯୋଜନା ଫଳସ୍ପଦ ହେବ ପୋଲିସ ପ୍ରତି ଜନତାଙ୍କ ଆସ୍ଥ। ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking