37.2 C
Bhubaneswar
Friday, April 19, 2024
Homeଅପରାଧଗ୍ରାମବାସୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି

ଗ୍ରାମବାସୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା ବେଳପାହାଡ଼ ପୌରାଞ୍ଚଳ ଜାମକାନି ଗ୍ରାମ ଦେଇ ବନହରପାଲିସ୍ଥିତ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ (ଓପିଜିସି)କୁ ନିର୍ମାଣଧୀନ ରେଳ ଲାଇନ କାର୍ଯ୍ୟକୁ ଜାମକାନୀ ଗ୍ରାମବାସୀ ବିରୋଧ କରିଛନ୍ତି । ସେମାନେ ରେଳ ଲାଇନ ନିର୍ମାଣସ୍ଥଳୀକୁ ଆସି ସମସ୍ତ କାମକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି । ପ୍ରଥମେ ଗ୍ରାମବାସୀଙ୍କ ଦାବି ପୂରଣ କରାଯାଉ ପରେ ରେଳ ଧାରଣ ନିର୍ମାଣ ହେଉ ବୋଲି ସେମାନେ କହିଛନ୍ତି । ଓପିଜିସିର ତୃତୀୟ ଏବଂ ଚତୁର୍ଥ ୟୁନିଟ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମନୋହରପୁର ଠାରୁ ଓପିଜିସିକୁ କୋଇଲା ପରିବହନ ପାଇଁ ଏହି ରେଳ ଲାଇନ ନିର୍ମାଣ କରାଯାଉଛି । ହେଲେ ଏହାଦ୍ୱାରା ଜମି ହରାଉଥିବା ତଥା ପ୍ରଭାବତି ହେଉଥିବା ଜାମକାନି ନୂଆପଡ଼ାର ଅଧିକାଂଶ ଲୋକଙ୍କୁ ନିଯୁକ୍ତି, କ୍ଷତିପୂରଣ ଆଦି ପ୍ରଦାନ କରାଯାଇ ନାହିଁ । ରେଳ ଧାରଣା ତିଆରି ଶେଷ ହୋଇ ଗଲେ ଏହି କ୍ଷତିଗ୍ରସ୍ତମାନଙ୍କୁ କମ୍ପାନୀ କର୍ତ୍ତୃପକ୍ଷ କ୍ଷତିପୂରଣ ବା ନିଯୁକ୍ତି ପ୍ରଦାନ କରିବେ ନାହିଁ । ତେଣୁ ପ୍ରଥମେ ଦାବି ପୂରଣ ପରେ କାର୍ଯ୍ୟ ଆରମ୍ଭ କରାଯାଉ ବୋଲି ଦାବି କରି ଗ୍ରାମବାସୀ ରେଳ ଲାଇନ ନିର୍ମାଣସ୍ଥଳରେ ଆନ୍ଦୋଳନ କରିଥିଲେ । ଘଟଣାସ୍ଥଳକୁ ଝାରସୁଗୁଡ଼ା ଉପଜିଲ୍ଲାପାଳ ଶିବ କୁମାର ଟପ୍ପୋ, ଲଖନପୁର ତହସିଲଦାର ବିଶ୍ୱକେସନ ପାଣ୍ଡେ, ଓପିଜିସି ଅଧିକାରୀ ବେଳପାହାଡ଼ ପୁଲିସ, ବନହରପାଲି ପୁଲିସ୍ ପହଁଚି ବିକ୍ଷୋଭକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ତେବେ ବିକ୍ଷୋଭକାରୀମାନେ ନିଜ ଦାବିରେ ଅଟଳ ରହିବାରୁ ୨୦ରୁ ଉର୍ଦ୍ଧ ମହିଳା ଏବଂ ପୁରୁଷଙ୍କୁ ପୁଲିସ ଅଟକ ରଖିଥିବାବେଳେ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଜାରି ରହିଛି ।
ସୁନ୍ଦରଗଡ଼ ଜିଲ୍ଲାର ମୋନହରପୁର ଖଣିରୁ ବନହରପାଲି ଓପିଜିସି ପ୍ଲାଣ୍ଟର ୟୁନିଟ ୩ୟ ଓ ୪ର୍ଥ ପ୍ରକଳ୍ପ ପାଇଁ ରେଳ ଧାରଣା କାର୍ଯ୍ୟ ଜାରି ରହିଛି । ଏମସିଏଲ୍ ପକ୍ଷରୁ କ୍ଷତିଗ୍ରସ୍ତ ଜାମକାନୀବାସୀଙ୍କ ନିଯୁକ୍ତି, ଜମି ବାଦଦକୁ କ୍ଷତିପୂରଣ ଆଦି ଅନେକ ସମସ୍ୟା ଦୀର୍ଘ ବର୍ଷରୁ ସମାଧାନ ହୋଇନଥିବା ବେଳେ ପୁଣି ଏକ ପ୍ରକଳ୍ପର ନିର୍ମାଣକୁ ଗ୍ରାମବାସୀଙ୍କ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି । ତେବେ ଜିଲ୍ଲା ପ୍ରଶାସନ କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ଜମି ଅଧିଗ୍ରହଣ ପାଇଁ ସର୍ବଦା ଉଦ୍ୟମ କରୁଥିବାରୁ ତୀବ୍ର ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ପୂର୍ବ ପୁରୁଷଙ୍କ ଅର୍ଜିତ ଏହି ଜମିଗୁଡ଼ିକୁ ଜୀବନ ଦେବୁ ହେଲେ କ୍ଷତିଗ୍ରସ୍ତ ପରିବାରଙ୍କୁ ଉଚିତ କ୍ଷତିପୂରଣ ସହିତ ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ନ ମିଳିବା ଯାଏଁ ଜମି ଛାଡ଼ିବୁ ନାହିଁ ବୋଲି ଗ୍ରାମବସୀ ପକ୍ଷରୁ ଏମସିଏଲ୍ ଓ ଓପିଜିସକୁ ଚେତାବନୀ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking