ଏହିସବୁ ଲକ୍ଷଣକୁ କେବେ ବି ଅଣଦେଖା କରନ୍ତୁ ନାହିଁ

ଭୁବନେଶ୍ୱର: ପ୍ରତିବର୍ଷ ନଭେମ୍ବର ୧୨ ତାରିଖକୁ ସାରା ବିଶ୍ୱରେ ବିଶ୍ୱ ନିମୋନିଆ ଦିବସ ରୂପେ ପାଳନ କରାଯାଉଛି । ଏହି ଦିନଟିକୁ ପାଳନ କରିବାର ଅର୍ଥ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିମୋନିଆ ରୋଗ ବିଷୟରେ ଜାଗୃତ କରିବା । ତେବେ ଏହି ରୋଗର ପ୍ରଭାବ ଲଙ୍ଗସରେ ଦେଖିବାକୁ ମିଳେ । ସମୟ ପୂର୍ବରୁ ଯଦି ଏହାର ଚିକିତ୍ସା କରାନଯାଏ, ତେବେ ରୋଗୀର ଏଥିରେ ମୃତ୍ୟୁ ମଧ୍ୟ ହୋଇପାରେ । ଆରମ୍ଭରୁ ଏହା ହାଲକା ହାଲକା ଭାବରେ ହୋଇଥାଏ । ମାତ୍ର ପରବର୍ତ୍ତୀ ସମୟରେ ଏହା ଗମ୍ଭୀର ରୋଗରେ ପରିଣତ ହୋଇଥାଏ । ଜଣେ ବ୍ୟକ୍ତିର ବୟସ କେତେ ଏବେ ତା ଶରୀରରେ ଏହି ରୋଗର ପ୍ରଭାବ କେତେ ମାତ୍ରାରେ ପଡିଛି, ତାହା ବି ନିର୍ଭର କରେ । ସାଧାରଣ ଭାବରେ ଏହାର ଲକ୍ଷଣ ଥଣ୍ଡା, ସର୍ଦ୍ଦି କିମ୍ବା ଫ୍ଲୁ ପରି ହୋଇଥାଏ । ମାତ୍ର ଲମ୍ବା ସମୟ ଧରି ଏହା ଶରୀରରେ ରହିଥାଏ ।
ନିମୋନିଆ ହେବାର ଲକ୍ଷଣ
ନିମୋନିଆ ହୋଇଥିଲେ ନିଃଶ୍ୱାସପ୍ରଶ୍ୱାସରେ ଅସୁବିଧା ହେବା ସହ ଛାତିରେ ଯନ୍ତ୍ରଣା ହୋଇଥାଏ ।
ଏହାଛଡା ରୋଗୀକୁ ବାନ୍ତି ଏବଂ ପେଟ କାଟିବା ଭଳି ସମସ୍ୟା ହୋଇଥାଏ । ଅନ୍ୟପଟେ ଛୋଟ ଶିଶୁଙ୍କ ଶରୀରରେ ନିମୋନିଆର କୌଣସି ପ୍ରକାର ଲକ୍ଷଣ ଜଲଦି ଜଣାପଡିନଥାଏ । ନିମୋନିଆ ହୋଇଥିଲେ ସେମାନଙ୍କୁ ଥକ୍କା ଲାଗିବା କିମ୍ବା ଜ୍ୱର ହୋଇଥାଏ । ଖାଇବା ସମୟରେ ମଧ୍ୟ କଷ୍ଟ ଅନୁଭବ ହୋଇଥାଏ ।
ନିମୋନିଆ ହେବାର କାରଣ
ବିଭିନ୍ନ ପ୍ରକାର ଜୀବାଣୁ ନିମୋନିଆ ହେବାର କାରଣ ବନିଥାଆନ୍ତି । ସେମାନଙ୍କ ମଧ୍ୟରୁ ସେହି ସବୁ ଭୂତାଣୁ ଏହାକ କାରଣ ଅଟନ୍ତି ଯାହାକୁ ପ୍ରଶ୍ୱାସ ସମୟରେ ଆମେ ଭିତରକୁ ନେଇଥାଉ । ବେଳେ ବେଳେ ଏହି ଭୂତାଣୁମାନେ ଆମ ରୋଗ ପ୍ରତିରୋଧକ ଶକ୍ତିଠାରୁ ବି ବେଶି ଭାରି ହୋଇଥାଆନ୍ତି । ଫଳରେ ଆମ ଶରୀରରେ ସଂକ୍ରମଣ ହୋଇଥାଏ ।
କେଉଁମାନେ ବେଶି ସଂକ୍ରମିତ ହୋଇଥାନ୍ତି
ସାଧାରଣତଃ ୬୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ନିମୋନିଆ ହୋଇଥାଏ । ଏହାଛଡା ୨ ବର୍ଷରୁ କମ୍ ବୟସର ପିଲାମାନେ ବି ଏହାଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି । କାହାକୁ ନି ନିିମୋନିଆ ସଂକ୍ରମିତ କରିପାରେ । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀ ବି ନିମୋନିଆର ଶିକାର ହୋଇଥାନ୍ତି । ବିଷେଶ ଭାବରେ ଯେଉଁମାନେ ଆଇସିୟୁରେ ଭେଣ୍ଟିଲେଟର ସାହାଯ୍ୟରେ ନିଃଶ୍ୱାସପ୍ରଶ୍ୱାସ ନେଉଛନ୍ତି ସେମାନଙ୍କୁ ସଂକ୍ରମିତ କରିଥାଏ ।

LEAVE A REPLY

Please enter your comment!
Please enter your name here