29.4 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗପିଏନବି ଗ୍ରାହକଙ୍କ ପାଇଁ ଜରୁରୀ ଖବର; ପଢନ୍ତୁ କଣ

ପିଏନବି ଗ୍ରାହକଙ୍କ ପାଇଁ ଜରୁରୀ ଖବର; ପଢନ୍ତୁ କଣ

ନୂଆଦିଲ୍ଲୀ: ଯଦି ଆପଣ ପଂଜାବ ନ୍ୟାସନାଲ ବ୍ୟାଙ୍କର ଗ୍ରାହକତେବେ ଏହି ଖବର ଆପଣଙ୍କ ପାଇଁ ପଢିବା ନିହାତି ଜରୁରୀ । ପିଏନବି ୧ ଡିସେମ୍ବରରୁ ପଇସା ଉଠାଣ ନିୟମରେ ପରିବର୍ତନ କରିବା ନେଇ ଘୋଷଣା କରିଛି । ବ୍ୟାଙ୍କ କହିବାନୁସାରେ, ନୂଆ ନିୟମ ଅତି ସିକ୍ୟୁର ରହିବ ।
୧ ଡିସେମ୍ବରରୁ ପିଏନବି ଓାନ ଟାଇମ୍ ପାସଓାର୍ଡ ବେସଡ ପଇସା ଉଠାଣ ସୁବିଧା ଲାଗୁ କରିବାକୁ ଯାଉଛି । ପିଏନବି ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ଗୋଟିଏ ଥର ୧୦ ହଜାରରୁ ଅଧିକ ପଇସା ଉଠାଇଲେ ଓଟିପି ଯିବ । ୧ ଡିସେମ୍ବର ରାତି ୮ରୁ ସକାଳ ୮ ଭିତରେ ଏହା ଲାଗୁ ହେବ । ଅର୍ଥାତ ଏହି ସମୟ ମଧ୍ୟରେ ୧୦ ହଜାରରୁ ଅଧିକ ଟଙ୍କା ଉଠାଇଲେ ଏବେ ପିଏନବି ଗ୍ରାହକଙ୍କୁ ଓଟିପିର ଆବଶ୍ୟକତା ପଡିବ । ସେଥିପାଇଁ ଗ୍ରାହକ ନିଜ ମୋବାଇଲ ସାଥିରେ ନେଇ ଯାଆନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking