33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର : ବଢିବ ଅବସର ବୟସ ସୀମା ଓ ପେନସନ୍...

ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର : ବଢିବ ଅବସର ବୟସ ସୀମା ଓ ପେନସନ୍ !

ନୂଆଦିଲ୍ଲୀ :  ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର ।  ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି ପକ୍ଷରୁ ଏକ ପରାମର୍ଶ ଦିଆଯାଇଛି । ଯେଉଁଥିରେ କୁହାଯାଇଛି କି ଦେଶରେ ଲୋକମାନଙ୍କର କାମ କରିବାର ବୟସ ସୀମା ବଢାଯିବା ଆବଶ୍ୟକ ରହିଛି । ଏହାସହ ପିଏମଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟି କହିଛନ୍ତି କି ଦେଶରେ ଅବସରନେବାର ବୟସ ବୃଦ୍ଧି କରାଯିବା ସହ ୟୁନିଭର୍ସାଲ ପେନସନ ସିଷ୍ଟମ ବି ଆରମ୍ଭ କରାଯିବା ଆବଶ୍ୟକ ରହିଛି । ଏଥିପାଇଁ ସମିତି ପକ୍ଷରୁ  ପ୍ରସ୍ତାବ ପଠାଯାଇଛି ।

ରିପୋର୍ଟ ଅନୁସାରେ, ଏହି ପରାମର୍ଶ ଅନୁଯାୟୀ କର୍ମଚାରୀମାନଙ୍କୁ ପ୍ରତି ମାସ ୨ହଜାର ଟଙ୍କାର ପେନସନ ଦେବାକୁ କୁହାଯାଇଛି । ଅର୍ଥନୈତିକ ପରାମର୍ଶଦାତା କମିଟି ପକ୍ଷରୁ ଦେଶରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ସୁବ୍ୟବସ୍ଥାର ବନ୍ଦୋବସ୍ତ କରିବାକୁ ସୁପାରିଶ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking