26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଆଜି ପ୍ରଧାନମନ୍ତ୍ରୀଙ୍କ ଆଲୋଚନାରେ ଭାଗ ନେବେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଆଜି ପ୍ରଧାନମନ୍ତ୍ରୀଙ୍କ ଆଲୋଚନାରେ ଭାଗ ନେବେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ :ଏବେ ଦେଶ କରୋନା ମହାମାରୀ ସହ ଲଢେଇ ଜାରି ରଖିଛି । ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତଗତିରେ ବଢିଚାଲିଛି। ଏପରି ସଙ୍କଟ ସମୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ୱିତୀୟ ଥର ପାଇଁ ଅନ୍ୟ କେତୋଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ । କିନ୍ତୁ ଏହି ଆଲୋଚନାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଗ ନେବେ ନାହିଁ ବୋଲି ସୂଚନା ମିଳିଛି । ଏହି ଆଲୋଚନା ଭିଡ଼ିଓ କନଫରେନସିଂ ଜରିଆରେ ହେବ । ଟିଏମସି ସୁତ୍ରରୁ ଜଣାପଡ଼ିଛି ଯେ , ଜାରି ହୋଇଥିବା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନାମ ନାହିଁ । ରାଜ୍ୟର ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ଟ୍ୱିଟ୍ କରି କହିଛନ୍ତି ଯେ , କେନ୍ଦ୍ର ପୁଣି ପଶ୍ଚିମବଙ୍ଗର ଲୋକମାନଙ୍କର ଅପମାନ କରିଛି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଜି ଏହି ଆଲୋଚନାରେ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସୁଯୋଗ ଦିଆଯାଇଛି । ଗତକାଲି ପ୍ରଧାନମନ୍ତ୍ରୀଙ୍କର ଷଷ୍ଠ ବୈଠକ ଥିଲା । କରୋନା ସହ ମୁକାବିଲା କରି ଦେଶର ଅର୍ଥନୀତି ଏବେ ଟ୍ରାକ୍ କୁ ଫେରିବାକୁ ଲାଗିଛି । ଏବେ ଦେଶରେ ଅନଲକ-୧ ଚାଲୁ ରହିଛି । ଦେଶର ସମସ୍ତ ସରକାରୀ ଓ ବେସରକାରୀ ଅଫିସ୍ ମଧ୍ୟ ଖୋଲିଗଲାଣି । ବେପାର ବାଣିଜ୍ୟ ମଧ୍ୟ ସ୍ୱାଭାବିକ ହେଲାଣି । ଏହି ସମୟରେ ଆମକୁ ସଚେତନତା ସହ ରହି କରୋନା ସହ ଲଢିବାକୁ ପଡ଼ିବ । ଗତକାଲି ପଞ୍ଜାବ , କେରଳ , ଗୋଆ , ଉତ୍ତରାଖଣ୍ଡ , ଝାରଖଣ୍ଡ ଓ ପୁଡ଼ୁଚେରୀ ସହ ଆଲୋଚନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking