28.1 C
Bhubaneswar
Friday, March 29, 2024
Homeଓଡିଶାକରୋନା ସଙ୍କଟକୁ ସୁଯୋଗରେ ପରିଣତ କରିବା , ଆମଦାନୀ ହ୍ରାସ ଓ ରପ୍ତାନୀ ବୃଦ୍ଧି ରହିବ...

କରୋନା ସଙ୍କଟକୁ ସୁଯୋଗରେ ପରିଣତ କରିବା , ଆମଦାନୀ ହ୍ରାସ ଓ ରପ୍ତାନୀ ବୃଦ୍ଧି ରହିବ ଆମର ଲକ୍ଷ୍ୟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀକୁ ସମ୍ବୋଧନ କରିଛନ୍ତି । କରୋନା ସଙ୍କଟ ଆମକୁ ଆତ୍ମନିର୍ଭର ହେବାକୁ ଶିକ୍ଷା ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ମନ୍ତ୍ର । ସମସ୍ତେ ମିଶି ଏହି ବିପତ୍ତିକୁ ଅବସରରେ ବଦଳାଇବା । ଅସୁବିଧାକୁ ସୁଯୋଗରେ ପରିବର୍ତ୍ତନ କରିବାକୁ ହେବ । କରୋନା ମହାମାରୀ ଆମକୁ ଆତ୍ମନିର୍ଭର ହେବାକୁ ସୁଯୋଗ ଆଣିଦେଇଛି । ଲକ୍ ଡ଼ାଉନ୍ ର ପ୍ରଭାବ କୋଇଲା କ୍ଷେତ୍ର ଉପରେ ପଡ଼ିଛି । କୋଇଲା କ୍ଷେତ୍ରରେ ସଂସ୍କାର ଅନ୍ୟ ଶିଳ୍ପକୁ ସୁଯୋଗ ଦେବ । ଆଲୁମିନିୟମ , ସାର , ଇସ୍ପାତ କ୍ଷେତ୍ରରେ ସମସ୍ତଙକୁ ଅଧିକ ସୁଯୋଗ ମଳିବ । ୪୧ଟି କୋଇଲା ଖଣିର କମର୍ସିଆଲ ମାିନିଂ ଅବସରରେ ମନ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
୨୦୩୦ ମଧ୍ୟରେ ୧୦୦ ମିଲିୟନ ଟନ୍ କୋଇଲାକୁ ଗ୍ୟାସ କରିବାର ଲକ୍ଷ୍ୟ ରହିଛି । ଏଥିପାଇଁ ୨୦ ହଜାର କୋଟି ଟଙ୍କା ନିବେଶ କରାଯିବ । ପୂର୍ବ ଏବଂ କେନ୍ଦ୍ରଭାରତର ବିକାଶ ପାଇଁ ଏହା ବଡ଼ ମାଧ୍ୟମ ହେବ । ଦେଶର ୧୬ଟି ଆକାଂକ୍ଷା ଜିଲ୍ଲାରେ ବଡ଼ କୋଇଲା ଖଣି ରହିଛି । କିନ୍ତୁ କୋଇଲା ଖଣିରୁ ସେହି ଅଞ୍ଚଳର ଲୋକେ କୌଣସି ଲାଭ ପାଉନାହାନ୍ତି । ତେଣୁ ସେମାନଙ୍କୁ ନିଜ ଘର ପରିବାର , ବୁଢା ବାପା ମା’ଙ୍କୁ ଛାଡ଼ି ଦୂରକୁ ଖଟିବାକୁ ଯାଉଛନ୍ତି । ତେଣୁ କୋଇଲା ଖଣି ଅଞ୍ଚଳରେ ବିକାଶ ପାଇଁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଶକ୍ତି କ୍ଷେତ୍ରରେ ଦେଶକୁ ଆତ୍ମ ନିର୍ଭର ହେବାକୁ ଆଜି ବଡ଼ ପଦକ୍ଷେପ ନିଆଯାଇଛି ।
ଏବେ ଆମର ମୂଳ ଲକ୍ଷ୍ୟ ରହିବ : ଆମଦୀନୀକୁ ହ୍ରାସ ଓ ରପ୍ତାନୀକୁ ବୃଦ୍ଧି କରିବା । ଏବେ ଆମକୁ ଆତ୍ମନିର୍ଭର ଭାରତ ତିଆରି କରିବାର ଅଛି । ଆଉ ଆମେ ଭାରତକୁ ଆତ୍ମନିର୍ଭର ନିଶ୍ଚିତ କରିବା । ଖୁବ୍ ଶୀଘ୍ର ଆମେ ମହତ୍ତ୍ୱପୂର୍ଣ୍ଣ ମେଡ଼ିକାଲ ଦ୍ରବ୍ୟ ବି ରପ୍ତାନୀ କରିବା । କରୋନା ସଙ୍କଟ ନୁହେଁ , ଏହା ସୁଯୋଗ । ଭାରତର ଭାଗ୍ୟ ବଦଳାଇବା ପାଇଁ ଏ ହେଉଛି ଏକ ମୌକା । ଏଇ ମୌକାକୁ ଆମେ ଛାଡ଼ିବାନି । ପ୍ରଧାନମନ୍ତ୍ରୀ ଉଦ୍ୟୋଗ ଜଗତକୁ କଥା ଦେଇ କହିଛନ୍ତି ଯେ , ମୁଁ ଆପଣଙ୍କ ସହ ଅଛି । ଦେଶର ବିକାଶ ପାଇଁ ଆପଣ ଦୁଇ ପାଦ ଚାଲିଲେ ମୁଁ ଚାରି ପାଦ ଚାଲିବି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking