27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମଧ୍ୟାହ୍ନ ଭୋଜନ ପାଇଁ ପିଏମ ପୋଷଣ ଯୋଜନା

ମଧ୍ୟାହ୍ନ ଭୋଜନ ପାଇଁ ପିଏମ ପୋଷଣ ଯୋଜନା

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ ରେ ଏକ ବଡ ଘୋଷଣା ହୋଇଛି । ଘୋଷଣା ମୁତାବକ ସାରା ଦେଶରେ ୧୧.୨ ଲକ୍ଷରୁ ଅଧିକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ପ୍ରଧାନମନ୍ତ୍ରୀ ପୋଷଣ ତଥା ପିଏମ ପୋଷଣ ଆରମ୍ଭ କରିବାକୁ ମୋଦି ସରକାରଙ୍କର ମିଳିଛି ମଞ୍ଜୁରୀ । କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ, ୧.୨ ଲକ୍ଷରୁ ଅଧିକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ମିଳିବ ମଧ୍ୟାହ୍ନ ଭୋଜନ । ଏନେଇ ଏକ ସ୍ବତନ୍ତ୍ର ଯୋଜନା ଆରମ୍ଭ ହେବ, ଯାହାର ନାଁ ରହିଛି ପିଏମ ପୋଷଣ । ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ଏହି ଯୋଜନା । ଏନେଇ ୧.୩୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କ୍ୟାବିନେଟ ବୈଠକରେ ନିଆଯାଇଛି ନିଷ୍ପତ୍ତି । ପୂର୍ବରୁ ମଧ୍ୟ ମଧ୍ୟାହ୍ନ ଭୋଜନ ଯୋଜନା ଚାଲିଆସୁଛି । ତେବେ ଏହାକୁ ପିଏମ ପୋଷଣ ଯୋଜନାରେ ସାମିଲ କରାଯିବ । ଏହି ଯୋଜନା ପୂର୍ବ ଅପେକ୍ଷା ଅଧିକ ସୁଧାର ହେବ ବୋଲି କ୍ୟାବିନେଟ ପକ୍ଷରୁ ଦାବି କରାଯାଇଛି । ପରବର୍ତ୍ତୀ ସମୟରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହାର ସମ୍ପୂର୍ଣ୍ଣ ବିବରଣୀ ଦିଆଯିବ । ଏହି ଯୋଜନା ରାଜ୍ୟ ସରକାରଙ୍କ ସହଭାଗିତାରେ ଚାଲିବ, କିନ୍ତୁ ବୃହତ ଅଂଶ କେନ୍ଦ୍ରର ରହିବ ବୋଲି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking