28.1 C
Bhubaneswar
Monday, September 30, 2024
Homeଦେଶ ବିଦେଶଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା ଲୋଗେ, ଥିମ୍ ଓ ଓ୍ବେବସାଇଟ୍ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି

ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା ଲୋଗେ, ଥିମ୍ ଓ ଓ୍ବେବସାଇଟ୍ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାରତର ଜି -୨୦ ସମ୍ମିଳନୀର ଅଧ୍ୟକ୍ଷତା ଥିବା ଲୋଗୋ, ଥିମ୍ ଏବଂ ୱେବସାଇଟ୍ ଉନ୍ମୋଚନ କରିଛନ୍ତି। ଉନ୍ମୋଚନ ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାକୁ ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ‘ଭାରତର ଜି -୨୦ ଅଧ୍ୟକ୍ଷତା ଭଳିଐତିହାସିକ ଉତ୍ସବରେ ମୁଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ‘ବସୁଧୈବ କୁଟୁମ୍ବକମ୍’ ହେଉଛି ବିଶ୍ୱ ପ୍ରତି ଭାରତର କରୁଣାର ପ୍ରତୀକ। କମଳ ବିଶ୍ବକୁ ଏକାଠି ଆଣିବାରେ ଭାରତର ସାଂସ୍କୃତିକ ଐତିହ୍ୟକୁ ଚିତ୍ରଣ କରେ। ଏପରି ସ୍ଥଳେ ଜି-୨୦ ଲୋଗୋର ପ୍ରତୀକ ହେଉଛି ଆଶାର ଏକ ପ୍ରତିନିଧିତ୍ୱ । ପରିସ୍ଥିତି କେତେ ବି ବିପରୀତ ନହେଉ କାହିଁକି, କମଳ ହିଁ ଫୁଟିଥାଏ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଜି -୨୦ ଲୋଗୋ କେବଳ ଲୋଗୋ ନୁହେଁ ବରଂ ଏହା ଏକ ବାର୍ତ୍ତା ଓ ଏକ ଭାବନା ଯାହା ଆମର ଶିରା-ପ୍ରଶିରାରେ ରହିଛି। ଏହା ଏକ ସଂକଳ୍ପ, ଯାହା ଆମ ଚିନ୍ତାଧାରାରେ ଅନ୍ତର୍ଭୁକ୍ତ ହୋଇଛି। ପଦ୍ମରେ ଥିବା ସାତୋଟି ପତ୍ର ଦୁନିଆର ସାତ ମହାଦେଶ ଏବଂ ସଙ୍ଗୀତର ସାତୋଟି ସ୍ବରକୁ ପ୍ରତିନିଧିତ୍ୱ କରେ। ଜି-୨୦ ବିଶ୍ବରେ ସଦ୍ଭାବ ଆଣିବ। ଏହି ଲୋଗୋରେ ଥିବା ପଦ୍ମ ଫୁଲ ଭାରତର ପୌରାଣିକ ଐତିହ୍ୟ, ଆମର ବିଶ୍ୱାସ ଓ ଆମର ବୁଦ୍ଧିକୁ ଚିତ୍ରଣ କରୁଛି। ଉଲ୍ଲେଖନୀୟ ଯେ, ଭାରତ ୧ ଡିସେମ୍ବରରେ ଇଣ୍ଡୋନେସିଆଠାରୁ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା ଗ୍ରହଣ କରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking