34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପିଏମ କେୟାରସ ଫଣ୍ଡକୁ ମୋଦିଙ୍କ ମା’ଦେଲେ ୨୫ ହଜାର ଟଙ୍କା

ପିଏମ କେୟାରସ ଫଣ୍ଡକୁ ମୋଦିଙ୍କ ମା’ଦେଲେ ୨୫ ହଜାର ଟଙ୍କା

ନୂଆଦିଲ୍ଲୀ: କରୋନା ସହ ଏବେ ସାରା ଦେଶ ଲଢେଇ କରୁଥିବା ବେଳେ ଚାରିଆଡୁ ସହାୟତାର ସୁଅ ଛୁଟୁଛି । ତାରକାଙ୍କଠୁ ଆରମ୍ଭ କରି ଶିକ୍ଷାବିତ୍ ଓ ସମାଜସେବୀ ମଧ୍ୟ ସହାୟତାର ହାତ ବଢାଇଛନ୍ତି । ଆଉ ଏହା ଭିତରେ ସଂକ୍ରମିତ ତଥା ଗରିବ ନିରାଶ୍ରୟଙ୍କୁ ସାହାଯ୍ୟ କରିବା ନିମନ୍ତେ ପିଏମ କେୟାରସ ଫଣ୍ଡକୁ ୨୫ ହଜାର ଟଙ୍କା ଦାନ କରିଛନ୍ତି । କରୋନା ଭୂତାଣୁ ବୃଦ୍ଧି ପାଉଥିବାରୁ ସମଗ୍ର ବିଶ୍ୱ ଏବେ ଅସୁବିଧାରେ ପଡିଛି। ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଲୋକମାନେ କ୍ରମାଗତ ଭାବରେ କରୋନା ରିଲିଫ ପାଇଁ ଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାତା ହେରାବେନ ମଧ୍ୟ ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ୨୫ ହଜାର ଟଙ୍କା ଏହି ପାଣ୍ଠିକୁ ଦାନ କରିଛନ୍ତି ।
କରୋନା ବିରୋଧରେ ଯୁଦ୍ଧ ପାଇଁ ଅନେକ ଶିଳ୍ପ ଘର ମଧ୍ୟ ଡେଇଁ ପଡିଛନ୍ତି । ଟାଟା ଏବଂ ଆଦାନୀ ଗ୍ରୁପ୍ ଦ୍ୱାରା ପିଏମ କେୟାରସ ପାଣ୍ଠିରେ ବିପୁଳ ପରିମାଣର ଅର୍ଥ ଦାନ ହେବା ପରେ ଭାରତ ଏଣ୍ଟରପ୍ରାଇଜେସ୍ ବର୍ତ୍ତମାନ ୧୦୦ କୋଟି ଟଙ୍କା ଦାନ କରିଛି। ଆଜି ଜିନ୍ଦଲ ପାୱାର ଏବଂ ଷ୍ଟିଲ ପିଏମ କେୟାର ପାଣ୍ଠିରେ ୨୫ କୋଟି ଟଙ୍କା ଯୋଗଦାନ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking