30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗକଟକଣା ମାନିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

କଟକଣା ମାନିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ : ୨୦୨୦ ର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଟିକା ବିଷୟରେ ବଡ ସୂଚନା ଦେଇଛନ୍ତି । ଗୁଜରାଟର ରାଜକୋଟରେ ଏମ୍ସ ର ମୂଳଦୁଆ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶରେ ଟିକା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଅଛି। ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ ଖୁବ ଶୀଘ୍ର ଆରମ୍ଭ ହେବ । ସ୍ୱାସ୍ଥ୍ୟ ହିଁ ସବୁଠୁ ମୁଲ୍ୟବାନ ସମ୍ପଦ ବୋଲି ଏହି ୨୦୨୦ ଆମକୁ ଶିଖାଇଛି । ଏବେ କୋରାନା ଟୀକା ଆସିବା ପରେ ମଧ୍ୟ କୋରନା କଟକଣାକୁ ମାନିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କୋରାନା ପାଇଁ ‘ଦୱାଇ ନହିଁ ତୋ ଢିଲାଇ ନହିଁ’ କୁହାଯାଉଥିଲା । କିନ୍ତୁ ଏବେ ଟୀକା ଆସିବା ପରେ ମଧ୍ୟ ‘ଦୱାଇ ଭି କଡ଼ାଇ ଭି ନାରା ଦିଆଯାଇଛି । ଗୁଜୁରାଟର ରାଜକୋଟରେ ଏମ୍ସର ଶିଳାନ୍ୟାସ କରି ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ । ଭିଡ଼ିଓ କନଫରେନ୍ସରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କୋରନା କଟକଣା ଉପରେ ଜୋର ଦେଇଛନ୍ତି ଏବଂ ଆଗାମୀ ଦିନ ମାନଙ୍କରେ ଟୀକା ସମସ୍ତଙ୍କୁ ମିଳିବ ବେଲେି ସେ ପ୍ରତିଶୃତି ଦେଇଛନ୍ତି । ୨୦୨୧ରେ ଦେଶ ବ୍ୟାପି ଟୀକା କରଣ ହେବ ବେଳେି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking