40.1 C
Bhubaneswar
Thursday, April 25, 2024
Homeକରୋନା୫ ଅପ୍ରେଲ ରବିବାର ଦେଶବାସୀଙ୍କୁ ଦୀପ ଜାଳିବାକୁ କହିଲେ ମୋଦୀ

୫ ଅପ୍ରେଲ ରବିବାର ଦେଶବାସୀଙ୍କୁ ଦୀପ ଜାଳିବାକୁ କହିଲେ ମୋଦୀ

ନୂଆଦିଲ୍ଲୀ: ୫ ଅପ୍ରେଲ ରାତି ୯ଟାରେ ଘରର ସମସ୍ତ ଲାଇଟ୍ ଲିଭାଇ ଦିଅନ୍ତୁ । ଏହା ପରେ ଦୁଆର କିମ୍ବା ବାଲକୋନିକୁ ଯାଇ ୯ ମିନିଟ୍ ପାଇଁ ମହମବତୀ, ଦୀପ, ଟର୍ଚ, ମୋବାଇଲ୍ ଲାଇଟ୍ ଆଦି ଜଳାଇବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିଛନ୍ତି । ଏହା କରୋନାଭାଇରସ୍ ବିରୋଧରେ ଲଢ଼ିବାକୁ ଆମର ସାମୂହିକ ଶକ୍ତିର ପରିପ୍ରକାଶ ବୋଲି ପ୍ରଧାମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି ।
ବାର୍ତ୍ତା ଆରମ୍ଭ କରି ସେ କହିଲେ କି, ଲକଡାଉନକୁ ସମ୍ମାନ ଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ଲକଡାଉନ୍ ସମୟରେ ଲୋକମାନଙ୍କର ଅଭୂତପୂର୍ବ ଶୃଙ୍ଖଳା ଓ ସେବାଭାବ ପ୍ରଶଂସାଯୋଗ୍ୟ । ଦେଶ ଲକଡାଉନର ୧୦ମ ଦିବସରେ ପ୍ରବେଶ କରୁଥିବା ବେଳେ ଆଜି ସକାଳେ ପ୍ରଧାମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଭିଡିଓ ବାର୍ତ୍ତାରେ ପରାମର୍ଶ କହିଛନ୍ତି ଯେ କରୋନାଭାଇରସ୍ ଦ୍ୱାରା ସୃଷ୍ଟି ହୋଇଥିବା ଅନ୍ଧକାରରୁ ଆମେ ଆଲୋକ ଆଡ଼କୁ ଯାତ୍ରା କରିବା । ଲକଡାଉନ୍ ବେଳେ ଆପଣଙ୍କ ଅନୁଶାସନ ଓ ସେବାଭାବ ଦେଖାଇଛନ୍ତି । ଜନତା ଶାସନ-ପ୍ରଶାସନ ସମସ୍ତେ ସ୍ଥିତିକୁ ଭଲ ଭାବେ ଆପଣମାନେ ସମ୍ବାଳିଛନ୍ତି । ସମସ୍ତ କରୋନା ଯୋଦ୍ଧା ଧନ୍ୟବାଦର ପାତ୍ର ବୋଲି ମୋଦୀ ସମ୍ବୋଧନ କରିଛନ୍ତି । ମାର୍ଚ୍ଚ ୨୨ର ଜନତା କର୍ଫ୍ୟୁ ଅନ୍ୟ ଦେଶମାନଙ୍କ ପାଇଁ ଉଦାହରଣ ପାଲଟିଛି । ଲକଡାଉନ ବେଳେ ଆପଣ ଅନୁଶାସନ ଓ ସେବାଭାବ ଦେଖାଇଛନ୍ତି । ଜନତା,ଶାସନ-ପ୍ରଶାସନ ସମସ୍ତେ ସ୍ଥିତିକୁ ଭଲ ଭାବେ ସମ୍ବାଳିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking