26.7 C
Bhubaneswar
Friday, April 19, 2024
Homeଦେଶ ବିଦେଶଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନର ଶୁଭାରମ୍ଭ

ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନର ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ସାତ ବର୍ଷ ମଧ୍ୟରେ ଦେଶର ସ୍ୱାସ୍ଥ୍ୟ ସୁବିଧା ସୁଦୃଢ଼ କରିବା ଅଭିଯାନ ଆଜିଠାରୁ ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି। ଆଜି ଏକ ମିଶନ ଆରମ୍ଭ ହେଉଛି, ଯାହା  ଭାରତର ସ୍ୱାସ୍ଥ୍ୟ ସୁବିଧାକୁ ବଢ଼ାଇବା ପାଇଁ ଶକ୍ତି ଆସିବ । ମିଶନ ଜରିଆରେ ଲୋକଙ୍କୁ ମିଳିବ ହେଲଥ୍ କାର୍ଡ । ହେଲଥ୍ କାର୍ଡରେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ରେକର୍ଡ ରହିବ ।

ନାଗରିକ ହେଲଥ୍ ରେକର୍ଡ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ । ଡିଜିଟାଲ୍ ଟେକ୍‌ନିକ୍ କାରଣରୁ ଦେଶ ଦୃଢ଼ ହୋଇଛି ବୋଲି ମୋଦୀ କହିଛନ୍ତି । ଏବେ ରାସନରୁ ପ୍ରଶାସନ ଯାଏଁ ଡିଜିଟାଲ୍ ଟେକ୍‌ନିକ୍ ଉପଲବ୍ଧ ହେବ । ଭାରତର ସ୍ୱାସ୍ଥ୍ୟ ସେବାରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆସିବ । ଗରିବ ଲୋକ ସ୍ୱାସ୍ଥ୍ୟ ସେବାରେ ସାମ୍ନା କରୁଥିବା ଅସୁବିଧା ଦୂର ହେବ । ତେବେ ପ୍ରାଥମିକ ପର୍ଯ୍ୟାୟରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ୬ଟି କେନ୍ଦ୍ର ଶାସିତ ରାଜ୍ୟରେ ପାଇଲଟ ପ୍ରକଳ୍ପ ଭାବେ ଲାଗୁ କରାଯାଉଛି । କୁହାଯାଉଛି ଯେ, ମିଶସ ସେହିଭଳି ଭାବେ ହେଲ୍‌ଥ ଇକୋ-ସିଷ୍ଟମ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ଓ ଏଭଳି ଭୂମିକା ତୁଲାଇବ, ଯେଉଁଭଳି ଭାବରେ ପେମେଣ୍ଟ କ୍ଷେତ୍ରରେ ୟୁପିଆଇ କରିଛି । ଲୋକେ ହେଲ୍‌ଥକେୟାର ସୁବିଧାରୁ ଲାଭ ଉଠାଇବାରେ କେବଳ ଏକ କ୍ଲିକ ଠାରୁ ଦୂରରେ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking