39.8 C
Bhubaneswar
Thursday, April 18, 2024
Homeଖେଳଅଲମ୍ପିକରେ ଯିବା ପୂର୍ବରୁ ଭାରତୀୟ ଆଥଲେଟଙ୍କ ମନୋବଳ ବଢାଇବେ ମୋଦି

ଅଲମ୍ପିକରେ ଯିବା ପୂର୍ବରୁ ଭାରତୀୟ ଆଥଲେଟଙ୍କ ମନୋବଳ ବଢାଇବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩ ଜୁଲାଇ ସନ୍ଧ୍ୟା ୫ଟାରେ ଭିଡିଓ କନଫରେନ୍ସ ଜରିଆରେ ଟୋକିଓ ଅଲମ୍ପିକ୍ସରେ ଯିବାକୁ ଥିବା ଭାରତୀୟ ଆଥଲେଟଙ୍କ ସହିତ ଆଲୋଚନା କରିବେ । ପିଏମ ମୋଦି ଅଲମ୍ପିକ ଖେଳରେ ଭାଗ ନେବା ପୂର୍ବରୁ ଆଥଲେଟଙ୍କ ମନୋବଳ ବଢାଇବେ । ତେବେ ପୂର୍ବରୁ ମୋଦି ମନ୍ କି ବାତ୍ ରେ କିଛି ଆଥଲେଟଙ୍କ ସଂଘର୍ଷ ଉପରେ ଚର୍ଚ୍ଚା କରିଥିଲେ । ଏହାସହିତ ସାରା ଦେଶର ଖେଳାଳୀଙ୍କୁ ହୃଦୟରୁ ସମର୍ଥନ କରିବା ପାଇଁ ଅପିଲ କରିଥିଲେ ।
ଭାରତରୁ ଟୋକିଓ ଅଲମ୍ପିକ୍ସରେ ୧୮ ଖେଳର ୧୨୬ ଆଥଲେଟ ଭାଗ ନେବେ । ଏହା ଭାରତର ଅଲମ୍ପିକରେ ଯିବାକୁ ଥିବା ସବୁଠୁ ବଡ ଅଂଶ । ଭାରତ ୧୮ ଖେଳର ୬୯ ଇବେଣ୍ଟରେ ଭାଗ ନେବ । ଏ ପର୍ଯ୍ୟନ୍ତ ଭାରତ ସବୁଠୁ ଅଧିକ ଭାଗ ଚଳିତ ଥର ନେଉଛି ।
ଭାରତୀୟ ଇତିହାସରେ ପ୍ରଥମଥର ଭାରତ ପକ୍ଷରୁ ତଲବାରବାଜୀରେ ଭବାନୀ ଦେବୀ ଅଲମ୍ପିକ ଟିକେଟ ହାସଲ କରିଛନ୍ତି । ଏହାବ୍ୟତୀତ ନେତ୍ରା କୁମାନନ ଟୋକିଏ ଅଲମ୍ପିକରେ ଭାରତୀୟ ମହିଳା ନୌକା ଚାଳକ ଭାବରେ ଟିକଟ ପାଇଥିବା ପ୍ରଥମ ମହିଳା । ଏହାସହିତ ସାଜନ ପ୍ରକାଶ ଓ ଶ୍ରୀହରି  ନଟରାଜ ଭାରତର ପ୍ରଥମ  ସନ୍ତରଣକାରୀ । ଯିଏ ଏ କ୍ୱାଲିଫିକେସନ ସହିତ ଅଲମ୍ପିକରେ କ୍ୱାଲିଫାଏ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking