39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶ'ମନ୍ କି ବାତ୍' ରେ ୩ ଓଡିଆଙ୍କୁ ପ୍ରଂଶସା କଲେ ମୋଦି

‘ମନ୍ କି ବାତ୍’ ରେ ୩ ଓଡିଆଙ୍କୁ ପ୍ରଂଶସା କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମନ କି ବାତ୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ପିଏମ ମୋଦିଙ୍କ ଏହି ମାସିକ କାର୍ଯ୍ୟକ୍ରମର ୭୫ ଏପିସୋଡ ସଂପୂର୍ଣ୍ଣ ହୋଇସାରିଛି । ଏହି ଏପିସୋଡ ମାଧ୍ୟମରେ ଆମେ ଅନେକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛୁ । ବୈଷୟିକ ପ୍ରସଙ୍ଗରେ ବି ଆଲୋଚନା ହୋଇଛି । ଏହା ମାଧ୍ୟମରେ ବହୁତ ଶିଖିବାକୁ ମିଳିଛି । କିଛି ନୂଆ ଜିନିଷ ସାମିଲ ମଧ୍ୟ ହୋଇଛି । ଏହାରି ମଧ୍ୟରେ ୩ ଓଡିଆଙ୍କୁ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କେନ୍ଦ୍ରାପଡାର ବିଜୟ କବି ଓ ପାରାଦୀପର ଅମରେଶ ସାମନ୍ତଙ୍କୁ ସେ ପ୍ରଂଶସା କରିଛନ୍ତି । ଭୁବନେଶ୍ୱରର ପୁଷ୍ପା ଶୁକ୍ଳାଙ୍କୁ ସେ ପ୍ରଂଶସା କରିଛନ୍ତି । ଜଙ୍ଗଲ ସୃଷ୍ଟି ପାଇଁ ବିଜୟ, ଅମରେଶଙ୍କୁ ସେ ପ୍ରଂଶସା କରିଛନ୍ତି । ବିଜୟ ୨୫ ଏକର ଜମିରେ ହେନ୍ତାଳ ବଣ ସୃଷ୍ଟି କରିଛନ୍ତି । ବଡକୋଟ ଗାଁ ବାହାରେ ୧୨ ବର୍ଷର ଉଦ୍ୟମରୁ ଜଙ୍ଗଲ ସୃଷ୍ଟି କରିଛନ୍ତି । ଆଜି ଏହି ଜଙ୍ଗଲଲ ଗାଁକୁ ବାତ୍ୟାରୁ ସୁରକ୍ଷା ଦେଉଥିବା ମୋଦି କହିଛନ୍ତି । ପାରାଦୀପର ଯନ୍ତ୍ରୀ ଅମରେଶ ଛୋଟ ଛୋଟ ଜଙ୍ଗଲ ସୃଷ୍ଟି କରିଛନ୍ତି । ଏହିସବୁ ଜଙ୍ଗଲ ଏବେ ଅନେକ ଗାଁକୁ ସୁରକ୍ଷା ଦେଉଛି । ସେହିପରି ମନ କି ବାତ୍ ରେ ପୁଷ୍ପା ଶୁକ୍ଳାଙ୍କ ଚିଠି ବିଷୟରେ କହିଛନ୍ତି ମୋଦି । ଟିକାକୁ ନେଇ ବୟସ୍କଙ୍କ ଉତ୍ସାହ ମନ କିବାତ୍ ରେ କହିବାକୁ ଲେଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking