40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି

ନୂଆଦିଲ୍ଲୀ: ନବବର୍ଷ -୨୦୨୦ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ୨୦୨୦ ସମସ୍ତଙ୍କ ପାଇଁ ସୁଖମୟ ଆସୁ ଏହା ସେ କାମନା କରିଛନ୍ତି । ଆହୁରି ସେ ଟୁଇଟ କରି କହିଛନ୍ତି, ଆମେ ଆଶା କରୁଛୁ ଯେ, ନୂତନ ବର୍ଷ ଭାରତକୁ ପରିବର୍ତ୍ତନ କରିବା ପାଇଁ ଲୋକଙ୍କୁ ସଶକ୍ତ କରିବ ଏବଂ ପ୍ରତ୍ୟେକ ଦେଶବାସୀଙ୍କୁ ମଜବୁତ କରିବ । ପ୍ରଧାନମନ୍ତ୍ରୀ ମୋଦୀ ଏହି ଟୁଇଟ ‘ନମୋ ୨.୦’ ନାମର ଟୁଇଟର ହ୍ୟାଣ୍ଡେଳକୁ ଜବାବ ଦେବାକୁ ଯାଇ କରିଛନ୍ତି ।
ଏହି ଟୁଇଟର ହ୍ୟାଣ୍ଡେଲରେ ଏକ ୟୁଟ୍ୟୁବ ଭିଡିଓ ମଧ୍ୟ ସେୟାର କରାଯାଇଛି, ଯେଉଁଥିରେ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଏଯାଏଁ କରାଯାଇଥିବା କାମ ବାବଦରେ କୁହାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ପ୍ରଶଂସା କରିଛନ୍ତି ।
https://onakhabar.com/2020/01/01/cds-general-bipin-rawat/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking