ଅକ୍ସିଜେନ ଯୋଗାଣ ଉପରେ ପ୍ରଧାନମନ୍ତ୍ରୀଙ୍କ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ଅକ୍ସିଜେନର ଅଭାବ ରହିଛି । ଏହାକୁ ଦେଖିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କେୟାର୍ସ ଫଣ୍ଡରୁ ଏକ ଲକ୍ଷ ପୋର୍ଟେବଲ  ଅକ୍ସିଜେନ କନସେନଟ୍ରେଟର କିଣିବା ନେଇ ମଂଜୁରୀ ପ୍ରଦାନ କରିଛନ୍ତି । ବୁଧବାର ପିଏମ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ, କରୋନା ପାଇଁ ଲିକ୍ୱିଡ ମେଡିକାଲ ଅକ୍ସିଜେନ ଯୋଗାଣରେ ସୁଧାର ପାଇଁ ପିଏମ ମୋଦିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା । ବୈଠକରେ ପିଏମ ନିର୍ଦ୍ଦେଶ ଦେଇଥିଲେ ଯେ, ପୋର୍ଟେବଲ ଅକ୍ସିଜେନ କନସେନଟ୍ରେଟର ଯେତେ ଜଲଦି ସମ୍ଭବ କିଣାଯାଉ ଏବଂ ରାଜ୍ୟମାନଙ୍କୁ ଉପଲବ୍ଧ କରାଯାଉ । କରୋନାରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟଗୁଡିକୁ ଦିଆଯାଉ ।
ବୈଠକରେ ପିଏମ କେୟାର ଫଣ୍ଡ ଅନୁସାରେ, ପୂର୍ବରୁ ସ୍ୱୀକୃତ ୭୧୩ପିଏସଏ ପ୍ଲାଣ୍ଟ ବ୍ୟତୀତ ୫୦୦ ନୂଆ ଅକ୍ସିଜେନ ପ୍ଲାଣ୍ଟକୁ ବି ମଂଜୁରି ଦିଆଯାଇଛି । ଅର୍ଥାତ ପିଏମ କେୟାର ଫଣ୍ଡ ଜରିଆରେ ୫୦୦ ନୂଆ ଅକ୍ସିଜେନ ପ୍ଲାଣ୍ଟ ଲଗାଯିବ ଏବଂ ଏଥିରେ ଅକ୍ସିଜେନ ଉତ୍ପାଦନ ଖୁବଶୀଘ୍ର ଆରମ୍ଭ କରିବା ନେଇ ପ୍ରୟାସ କରାଯିବ । ଏହି ନୂଆ ଅକ୍ସିଜେନ ପ୍ଲାଣ୍ଟ ଜିଲ୍ଲା ମୁଖ୍ୟାଳୟ ଓ ଟିୟର ୨ ସହରର ହସ୍ପିଟାଲରେ ଅକ୍ସିଜେନ ଯୋଗାଣ ବୃଦ୍ଧି କରାଯିବ ।

LEAVE A REPLY

Please enter your comment!
Please enter your name here