30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶୱାଶିଂଟନରେ ମୋଦିଙ୍କୁ ଭବ୍ୟ ସ୍ୱାଗତ

ୱାଶିଂଟନରେ ମୋଦିଙ୍କୁ ଭବ୍ୟ ସ୍ୱାଗତ

ୱାଶିଂଟନ : ଆମେରିକା ଗସ୍ତରେ ଯାଇ ୱାଶିଂଟନରେ ପହଞ୍ଚିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ପହଞ୍ଚିଲା ବେଳକୁ ୱାଶିଂଟନ୍‌ରେ ପ୍ରବଳ ବର୍ଷା ହେଉଥିବା କାରଣରୁ ମୋଦି ବିମାନ ମଧ୍ୟରୁ ଛତା ଧରି ବାହାରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ମିଳିତ ବାୟୁସେନା ଘାଟି ଆଣ୍ଡ୍ରିୟୁଜରେ ଭାରତୀୟ ଦୂତାବାସର ଅଧିକାରୀ ଏବଂ ଆମେରିକୀୟ ବୈଦେଶିକ ମନ୍ତ୍ରଣାଳୟର ଅନେକ ଅଧିକାରୀ ପହଞ୍ଚି ଭବ୍ୟ ସ୍ୱାଗତ କରିଥିଲେ। ଏହି ସମୟରେ ବିମାନ ବନ୍ଦରରେ ଭାରତର ରାଷ୍ଟ୍ରଦୂତ ତାରଞ୍ଜିତ ସିଂ ସନ୍ଧୁ ମଧ୍ୟ ଉପସ୍ଥିତ ଥିଲେ। ସେହିପରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଅବସରରେ ଭାରତୀୟ ସମ୍ପ୍ରଦାୟର ପ୍ରାୟ ୧୦୦ରୁ ଅଧିକ ଲୋକ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ବିମାନ ବନ୍ଦରରେ ଆମେରିକା ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏୟାରପୋର୍ଟ ବାହାରେ ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରବାସୀ ଭାରତୀୟଙ୍କ ଭିଡ଼ ଲାଗିଥିଲା। ମୋଦି ନିଜ କାରକେଡ୍‌ରେ ହୋଟେଲ ଅଭିମୁଖେ ଯାଉଥିବା ବେଳେ ରାସ୍ତାର ଉଭୟ ପାର୍ଶରେ ଶତାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବର୍ଷା ହେଉଥିବା ସତ୍ତ୍ୱେ ମଧ୍ୟ ଶତାଧିକ ଲୋକ ମୋଦିଙ୍କ ଝଲକ ପାଇବା ପାଇଁ ଛତା ଧରି ରାସ୍ତାରେ ଛିଡ଼ା ହୋଇଥିଲେ। ଏହା ଦେଖି ମୋଦି ନିଜ କାରରୁ ଓହ୍ଲାଇ ସେମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ। କିଛି ଲୋକଙ୍କ ସହ ହାତ ମଧ୍ୟ ମିଳାଇଥିଲେ। ଏ ସମ୍ପର୍କରେ ମୋଦି ନିଜେ ଫଟୋ ଟ୍ୱିଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking