40.1 C
Bhubaneswar
Thursday, April 25, 2024
Homeକରୋନାକରୋନା ସ୍ଥିତିକୁ ନେଇ ଭାରତୀୟଙ୍କ ଅନୁଶାସନ ଏବେ ସାରା ବିଶ୍ୱରେ ଚର୍ଚ୍ଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

କରୋନା ସ୍ଥିତିକୁ ନେଇ ଭାରତୀୟଙ୍କ ଅନୁଶାସନ ଏବେ ସାରା ବିଶ୍ୱରେ ଚର୍ଚ୍ଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାକୁ ଲାଗିଛି । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆଜି ପଞ୍ଜାବ , କେରଳ , ଗୋଆ , ଉତ୍ତରାଖଣ୍ଡ , ଝାରଖଣ୍ଡ ଓ ପୁଡ଼ୁଚେରୀ ସହ ଆଲୋଚନା କରିଥିଲେ । ଆସନ୍ତାକଲି ଓଡ଼ିଶା ସମେତ କରୋନାରେ କ୍ଷତିଗ୍ରସ୍ତ ହୋଇଥିବା ଅନ୍ୟ କିଛି ରାଜ୍ୟଗୁଡ଼ିକ ସହ ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନନ୍ସିଂ ଜରିଆରେ ଆଲୋଚନା କରିବେ ।
ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଅର୍ଥନୀତି ବିଷୟରେ ବଡ଼ ବୟାନ ରଖିଛନ୍ତି । ସେ କହିଛନ୍ତି, ଲକ ଡ଼ାଉନ ସମୟରେ ବିଗିଡ଼ି ଯାଇଥିବା ଦେଶର ଅର୍ଥନୀତି ଧୀରେ ଧୀରେ ଟ୍ରାକ୍ କୁ ଫେରିବାକୁ ଲାଗିଛି । ସାମାନ୍ୟ ଅସାବଧାନରେ ସବୁ ପାଣିରେ ବୁଡ଼ିବ । ଏଥିସହ ଜନସାଧାରଣଙ୍କୁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ , ବର୍ତ୍ତମାନ ଦେଶର କରୋନା ଆରୋଗ୍ୟ ହାର ୫୦% ପ୍ରତିଶତ ଅତିକ୍ରମ କରିଯାଇଛି । କାରଣ ଆମେ ସମସ୍ତେ ମିଳିମିଶି ଲଢେଇ କରିଛେ । ବର୍ତ୍ତମାନ ସ୍ଥିତିରେ ଘରୁ ବିନା ମାସ୍କ ରେ ବାହାରନ୍ତୁ ନାହିଁ । ୨ଗଜ ଦୂରତା ରଖି ସତର୍କତାର ସହ ଆମେ ସମସ୍ତ କାମ କରିପାରିବା । ଏବେ ଦେଶର ପ୍ରାୟ ସମସ୍ତ ସରକାରୀ ଓ ବେସରକାରୀ ଅଫିସ୍ ଖୋଲିଗଲାଣି । ପ୍ରତିଟି ଭାରତୀୟଙ୍କୁ ବଞ୍ଚାଇବା ପାଇଁ ଆମେ ଦିନରାତି ପରିଶ୍ରମ କରିଛୁ । ଆବଶ୍ୟକୀୟ ପଦକ୍ଷେପ ନେଇ ଆକେ କରୋନା ନିୟନ୍ତ୍ରଣ କରିବାରେ ସଫଳ ହୋଇଛୁ । ନିକଟରେ ଦେଶ ଓ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ଶହ ଶହ ପ୍ରବାସୀ ନିଜ ନିଜ ଘରକୁ ଫେରିଛନ୍ତି । ଦେଶର ଏତେ ଜନସଂଖ୍ୟା ସତ୍ତ୍ୱେ କରୋନା ଯେପରି ବିନାଶକାରୀ ହେବା କଥା ସେପରି ହୋଇନି । ଭାରତୀୟଙ୍କ ଅନୁଶାସନ ଏବେ ସାରା ବିଶ୍ୱରେ ଚର୍ଚ୍ଚିତ ।
ବର୍ତ୍ତମାନ ଦେଶରେ ଅନଲକ୍‌-୧ ଆରମ୍ଭ ହୋଇଯାଇଛି । ସବୁ ଗାଇଡ଼ଲାଇନ ମାନିଲେ କମ୍ କ୍ଷତି ହେବ ବୋଲି ପ୍ରଥମ ଅନଲକ୍ ଆମକୁ ଶିଖାଇଛି । ଧୀରେ ଧୀରେ ବେପାର ବଣିଜ ସ୍ୱାଭାବିକ ପରିସ୍ଥିତିକୁ ଗତି କରୁଛି । କୃଷକଙ୍କ ଆୟବୃଦ୍ଧି ପାଇଁ ଖାଦ୍ୟଶସ୍ୟର ଏମ୍ ଏସ୍ ପିକୁ ବୃଦ୍ଧି କରାଯାଇଛି । କୃଷକର ଆୟ ବଢିଲେ ରାଜ୍ୟ ଓ ଦେଶର ମଧ୍ୟ ଆୟ ବଢିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking