32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶସଙ୍କଟକୁ ସୁଯୋଗରେ ପରିଣତ କରିବା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସଙ୍କଟକୁ ସୁଯୋଗରେ ପରିଣତ କରିବା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆଜି ‘ଇଣ୍ଡିଆନ୍ ଚାମ୍ବର ଅଫ କମର୍ସ’ ବା ‘ଆଇସିସି’ ର ୯୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନ୍‌ସିଙ୍ଗ ମାଧ୍ୟମରେ ଯୋଗ ଦେଇଥିଲେ । ଉଦ୍ଘାଟନୀ ଭାଷଣ ଦେଇ ପ୍ରଦାନମନ୍ତ୍ରୀ ମୋଦୀ କହିଥିଲେ ଯେ , ସମଗ୍ର ଦେଶ ଏବେ କରୋନା ଭୂତାଣୁ ବିପକ୍ଷରେ ଲଢ଼େଇ ଜାରି ରଖିଛି । ଏହି ସଙ୍କଟକୁ ସୁଯୋଗରେ ପରିଣତ କରିବା ଓ ଦେଶର ପରିବର୍ତ୍ତନରେ ଏହାକୁ ମୁଖ୍ୟ ପ୍ରବର୍ତ୍ତକ କରିବା । ଦେଶକୁ ଓ ନିଜକୁ ଆତ୍ମନିର୍ଭର କରିବା । ଭାରତ ଏବେ କରୋନା ବିପକ୍ଷରେ ଲଢ଼ୁଛି ଏବଂ ଏହି ଲଢ଼େଇ ଅଗକୁ ମଧ୍ୟ ଜାରି ରହିବ । ଏହି ସଙ୍କଟଜନକ ପରିସ୍ଥିତିରେ ଦେଶକୁ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା ମଧ୍ୟ କରିବାକୁ ପଡ଼ୁଛି । ଗତ କିଛି ମାସ ହେବ ଦେଶର କେତେକ ଭାଗରେ ପଙ୍ଗପାଳ ଆକ୍ରମଣଠାରୁ ଆରମ୍ଭ କରି ଭୂମିକମ୍ପ ଏବଂ ବାତ୍ୟା ଆଦିର ପ୍ରକୋପ ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking